www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରେନ ଉପରେ ସେଲ୍‌ଫି ନେବା ହେଲା କାଳ; ଜଳିଗଲେ ବାଳକ

କଲ୍ୟାଣସିଂହପୁର: ମାଲ ବୋଝେଇ ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ। ୨୫କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ବାଳକ। ଏଥିସହ ଅନ୍ୟ ଦୁଇଜଣ ବାଳକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଭାଲୁମସ୍କା ରେଳ ଷ୍ଟେସନ ନିକଟରେ। ମୃତ ବାଳକ ଜଣକ ହେଲେ କାଶୀପୁର ବ୍ଲକ ବର୍ତ୍ତିବାଲି ଗାଁର ଦେବେନ୍ଦ୍ର ନାୟକ। ଘଟଣା ସ୍ଥଳରେ ଷ୍ଟେସନ ମାଷ୍ଟରଙ୍କ ସମେତ ରେଳବାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁଇଜଣ ଗୁରୁତର ବାଳକଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ମୃତଦେହ ଜବତ କରିଛି ଆରପିଏଫ୍। ଏହି ବାଳକମାନେ ଭାଲୁମାସ୍କା ଗାଁକୁ ବିବାହ ଭୋଜି ଖାଇବାକୁ ଆସିଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories