୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପାଇଁ ସଚେତନତା

କଲ୍ୟାଣସିଂହପୁର:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସିଆରପିଏଫ ପକ୍ଷରୁ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇବାପାଇଁ ସଚେତନତା କରୁଥିବା ଦେଖିବାକୁ ମିଳିଛି। ଭାରତର ସ୍ବାଧୀନତାର ୭୫ତମ ଦିବସ ପାଳନ ଅବସରରେ ସମଗ୍ର ଭାରତ ବର୍ଷରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ସିଆରପିଏଫ ଇ୪ର୍ଥ ବାଟାଲିୟନ ର ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ କେ କ୍ରିଷ୍ଟା ରାଓ ନେତୃତ୍ୱରେ ଯବାନମାନେ ଫ୍ଲାକାର୍ଡ ଧରି ଗ୍ରାମରେ ବୁଲି ଅଗଷ୍ଟ ୧୩ରୁ ୧୫ପର୍ୟ୍ୟନ୍ତ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇବା ସହ ୨ରୁ୧୫ ତାରିଖ ପର୍ଯ୍ୟନ୍ତ ପ୍ରଫାଇଲ, ଡିପିରେ ତ୍ରିରଙ୍ଗା ରଖିବା ଓ ଲଗାଇବା ପାଇଁ ଅବଗତ ସହ ସଚେତନତା କରିଥିଲେ। ଏହାପରେ ଦେବଗିରି ଜୁନିୟର ମହାବିଦ୍ୟାଳୟରେ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାଙ୍କ ସହ ସେ ଆଲୋଚନା କରିଥିଲେ।

kalyan agarbati

Comments are closed.