www.samajalive.in
Sunday, December 14, 2025
19.1 C
Bhubaneswar

ବିଦ୍ୟାଳୟ ଫାଟକ ନିର୍ମାଣକୁ ନେଇ ଜମି ମାଲିକ ସହ ଗ୍ରାମବାସୀଙ୍କ ବିବାଦ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ବଡନାୟକଗୁଡା ଆଶ୍ରମ ବିଦ୍ୟାଳୟର ନୂତନ ଫାଟକ ନିର୍ମାଣକୁ ନେଇ ଜମି ମାଲିକ ସହ ଗ୍ରାମବାସୀଙ୍କ ବିବାଦ ଦେଖିବା କୁ ମିଳିଛି। ଏହି ଆଶ୍ରମ ବିଦ୍ୟାଳୟର ୧୯୫୭ରେ ସ୍ଥାପିତ ହୋଇଥିଲା। ଆଜି ବିଦ୍ୟାଳୟର ନୂତନ ଫାଟକ ନିର୍ମାଣ କରିବା ସମୟରେ ଠୋକୁ ଜମି ମାଲିକ ଆସି ଫାଟକ ଭାଙ୍ଗି ଦେବାକୁ ଚେତାବନୀ ଦେଇଛନ୍ତି। ଏହାକୁ ବିରୋଧ କରିଛନ୍ତି ବିଦ୍ୟାଳୟ କମିଟିର ସଭାପତି ନୀଳକଣ୍ଠ ପିଡ଼ିସିକା ସହ ଗ୍ରାମର ଶ୍ରୀନାଥ ହିମିରିକା, ପୂର୍ଣ୍ଣ ଚନ୍ଦ୍ର ପ୍ରାସ୍କା, ସାରୁ କଣ୍ଡାଗରି, ସମା ପ୍ରାସ୍କା, ପୁରୁଷତମ ପ୍ରାସ୍କା, ଗୋପି ପ୍ରାସ୍କା, ପୁଲସିଙ୍ଗି ପ୍ରାସ୍କା, ଦାନୁ ନାଣାକା।

ଅପରପକ୍ଷରେ ଜମି ମାଲିକ କହିଥିଲେଯେ ମୋ ବାପା ଜମି ଦେବା ସମୟରେ ସରକାରଙ୍କ ତରଫରୁ ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ପରିବାରର କୌଣସି ସଦସ୍ୟଙ୍କୁ ନିଯୁକ୍ତି ଦିଆ ଗଲା ନାହିଁ। ତେଣୁ ବାଧ୍ୟ ହୋଇ ଉକ୍ତ ଫାଟକ ନିର୍ମାଣକାମକୁ ବନ୍ଦ କରିବା ପାଇଁ ଦାବି କରୁଛି। ଯଦି ବାବୁ ରାଓ କଞ୍ଜକାଙ୍କୁ ବିଦ୍ୟାଳୟରେ ଯେ କୌଣସି ପଦରେ ନିଯୁକ୍ତି ନିଯୁକ୍ତି ଦିଆଯିବ, ତାହେଲେ ଆମ ପରିବାରର ସମସ୍ତ ସଦସ୍ୟ ବିଦ୍ୟାଳୟ ପାଇଁ ଆବଶ୍ୟକ ହେଉଥିବା ଜାଗା ଦାନ କରିଦେବୁ। ଯଦି ନିଯୁକ୍ତି ନ ଦିଅନ୍ତି ଯେତିକି ଜାଗାରେ ବିଦ୍ୟାଳୟ ବସିଛି ସେତିକି ଜାଗା ଆମକୁ ଦିଆ ଯାଉ ବୋଲି ଜମି ମାଲିକ କେ ଗୌରୀ ନାଇଡୁ ଦାବୀ କରିଛନ୍ତି।

- Advertisement -

ଏହି ସମ୍ପର୍କ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଙ୍ଗନା ନାଗ କହିଛନ୍ତି ଯେ ଏହି ଜମି ସମ୍ପର୍କରେ ଆମେ ଲିଖିତ ଭାବେ ସରକାରଙ୍କୁ ଜଣାଇଛୁ। ଏହାର ନିଷ୍ପତ୍ତି ସରକାରଙ୍କ ପାଖରେ ରହିଛି । ଏବିଷୟରେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି କହିଛନ୍ତି ଯେ କୌଣସି ଲିଖିତ ଅଭିଯୋଗ ନାହିଁ ,ବିଦ୍ୟାଳୟ ପକ୍ଷରୁ ସୂଚନା ପାଇଛି ,କଣ ହେଇଛି ତଦନ୍ତ କରାଯିବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories