www.samajalive.in
Friday, December 12, 2025
14.1 C
Bhubaneswar

ବିଶ୍ବର ଉଚ୍ଚତମ ଶୃଙ୍ଗରୁ ଓହ୍ଲାଇବା​‌ ବେଳେ ପ୍ରାଣହରାଇଲେ

ଭୁବନେଶ୍ବର/ଢ଼େଙ୍କାନାଳ ସଦର : ଓଡ଼ିଶା ପାଇଁ ଏହା ବେଶ୍‌ ଦୁଃଖଦ ଖବର। ପୂର୍ବ ଭାରତର ପ୍ରଥମ ମହିଳା ଏଭରେଷ୍ଟ ଆରୋହରଣକାରିଣୀ କଳ୍ପନା ଦାସଙ୍କ ପରଲୋକ ହୋଇଯାଇଛି। କଳ୍ପନା ଗୁରୁବାର ଅପରାହ୍‌ଣ ୧୨.୫୫ରେ ନେପାଳସ୍ଥିତ ଏଭରେଷ୍ଟ ଶୀର୍ଷରେ ପହଞ୍ଚି ପାରିଥିଲେ। ତେବେ ଫେରିବା ବେଳେ କଳ୍ପନା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଗୁରୁବାର ସନ୍ଧ୍ୟାରେ କଳ୍ପନାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏଭରେଷ୍ଟ କ୍ୟାମ୍ପର ଫ୍ଲୋର-୪ରେ ଥିବା ବାଲକୋନିରେ କଳ୍ପନାଙ୍କ ମୃତଦେହ ପଡ଼ିରହିଛି। ତାଙ୍କ ମୃତଦେହକୁ ଓଡ଼ିଶା ଆଣିବା ଲାଗି ପାଖାପାଖି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ; ସାରାବିଶ୍ବରୁ ପ୍ରାୟ ୨୫୦ ପର୍ବତାରୋହୀ ବୁଧବାର ଏଭ​‌େ​‌ରଷ୍ଟ ଅଭିଯାନରେ ବାହାରିଥିଲେ। ସେମାନଙ୍କ ମଧ୍ୟରୁ ୨୦୦ ଜଣ ଏଭରେଷ୍ଟ ଶୃଙ୍ଗର ଶୀର୍ଷରେ ପହଞ୍ଚିବାର କୃତିତ୍ବ ହାସଲ କରିଥିଲେ। ଏହି ୨୦୦ ଜଣଙ୍କ ମଧ୍ୟରେ କଳ୍ପନା ଥିଲେ। ତେବେ ଏକାସାଙ୍ଗରେ ୨୦୦ ପର୍ବତାରୋହୀ ଏଭରେଷ୍ଟ ଶୃଙ୍ଗରେ ଚଢ଼ିଥିବାରୁ ଫେରିବା ବେଳେ ଟ୍ରାଫିକ୍ ଜାମ୍ ବା ଭିଡ଼ ହୋଇଥିଲା। ଏହି କାରଣରୁ କଳ୍ପନାଙ୍କ ସହ ୩ ଜଣ ପର୍ବତାରୋହୀ ପ୍ରାଣ ହରାଇଛନ୍ତି। ‘ଡ୍ରିମର୍ସ ଡେଷ୍ଟିନେସନ୍‌ ଟ୍ରେକ୍‌ସ’ ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଏଭରେଷ୍ଟ ଶୃଙ୍ଗ ଆରୋହଣ ପାଇଁ ୫୨ ବର୍ଷ ବୟସ୍କା ଓଡ଼ିଶାର କଳ୍ପନା ଦାସ ୩ ଜଣିଆ ମହିଳା ଅଭିଯାନ ଦଳର ସଦସ୍ୟା ଥିଲେ। ଏହି ଦଳରେ ଥିବା ଅନ୍ୟ ୨ ସଦସ୍ୟା ହେଲେ ନେପାଳର କାଞ୍ଚି ମାୟା ତମାଙ୍ଗ୍ ଓ ଚୀନ୍‌ର ଲିୟାମୁ ମା। ତିନିହେଁ ବୁଧବାର ଏଭରେଷ୍ଟ ଚଢ଼ିବା ଆରମ୍ଭ କରିଥିଲେ ଏବଂ ଗୁରୁବାର ମଧ୍ୟାହ୍ନରେ ଶୀର୍ଷରେ ପହଞ୍ଚିବାର କୃତିତ୍ବ ହାସଲ କରିଥିଲେ। ଶାଢ଼ି ପିନ୍ଧି ଏଭରେଷ୍ଟ ଶୀର୍ଷରେ ମଧ୍ୟ କଳ୍ପନା ଫଟୋ ଉଠାଇଥିଲେ। କିଛି ସମୟ ଏଭରେଷ୍ଟ ଶୀର୍ଷରେ ରହି କଳ୍ପନା ଓହ୍ଲାଇବା ଆରମ୍ଭ କରିଥିଲେ। ତେବେ ଅଳ୍ପ କିଛି ବାଟ ଆସି ଭିଡ଼ ଯୋଗୁଁ ସେ ଅଟକି ରହିଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ ଏବଂ ସନ୍ଧ୍ୟାରେ ପ୍ରାଣ ହରାଇଥିଲେ। କଳ୍ପନାଙ୍କ ଦଳର ଅନ୍ୟ ସଦସ୍ୟା ଫୋନ୍‌କରି କଳ୍ପନାଙ୍କ ପରିବାରକୁ ଏହି ଦୁଃଖଦ ଖବର ଜଣାଇଥିଲେ।
୧୯୬୬ ଜୁଲାଇ ୭ରେ ଢେଙ୍କାନାଳରେ ଜନ୍ମଗ୍ରହଣ କରିଥିବା କଳ୍ପନା ଜଣେ ପେସାଦାର ପର୍ବାରୋହୀଭା​‌େ​‌ବ ଭାରତ ତଥା ରାଜ୍ୟ ପାଇଁ ବେଶ ସୁନାମ ଅର୍ଜନ କରିଥିଲେ। ୨୦୦୮ ମେ ୨୧ରେ ପ୍ରଥମ ଓଡ଼ିଆ ତଥା ପୂର୍ବାଞ୍ଚଳର ପ୍ରଥମ ମହିଳା ପର୍ବତାରୋହୀ ଭାବେ ବିଶ୍ବର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଆରୋହଣ କରି ଇତିହାସ ସୃଷ୍ଟି କରିଥିଲେ। ଏହି ଏଭରେଷ୍ଟ ଅଭିଯାନ ଲାଗି ପାଣ୍ଠି ଯୋଗାଡ଼ ପାଇଁ କଳ୍ପନା ବହୁତ ପରିଶ୍ରମ କରିଥିଲେ। ପରେ କଳ୍ପନା ୨୦୧୦ରେ ଉତ୍ତର ଆମେରିକାର ମାଉଣ୍ଟ ଡାନିଏଲ, ମାଉଣ୍ଟ କିଲିମାଞ୍ଜାରୋ, ୨୦୧୪ ଅକ୍ଟୋବର ୯ରେ ଦକ୍ଷିଣ ଆମେରିକାର ତାନଜିଞ୍ଜ ରେଞ୍ଜ, ୨୦୧୫ରେ ମାଉଣ୍ଟ କିଲିମାଞ୍ଜାରୋକୁ ସଫଳତାର ସହିତ ଆରୋହଣ କରିଥିଲେ। ଏହାଛଡା ୨୦୧୫ ଡିସେମ୍ବର ୩ରେ ଭାରତର ପ୍ରଥମ ମହିଳା ପର୍ବତାରୋହୀ ଭାବେ ବିନା ଅମ୍ଲଜାନ​‌େ​‌ର ପର୍ବତାରୋହଣ କରିଥିଲେ। କଳ୍ପନାଙ୍କ ପରଲୋକ ଖବର ପାଇବା ପରେ ଓଡ଼ିଶା କ୍ରୀଡ଼ାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀର ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରନ୍ତୁ ବୋଲି ବିଭିନ୍ନ ମହଲରୁ ଦାବିହୋଇଛି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories