www.samajalive.in
Saturday, December 13, 2025
14.1 C
Bhubaneswar

ବର୍ଷାରେ ଖୋଲିବ କଲମାର ସବୁ ଗେଟ୍‌

ସମ୍ବଲପୁର : ମହାନଦୀକୁ ନେଇ ଛତିଶଗଡ଼ ସରକାରଙ୍କ ମୁନମୁଖୀ ବଢ଼ିଚାଲିଛି । କଲମା ବ୍ୟାରେଜଠାରେ ଖରାଦିନରେ ମହାନଦୀର ପାଣି ଅଟକାଇ ଓଡ଼ିଶା​ରେ ପାଣିର ଅଭାବ ସୃଷ୍ଟି କରିଥିବା ଛତିଶଗଡ଼ ସରକାର ବର୍ଷା ଦିନରେ ସମସ୍ତ ଗେଟ୍‌ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଫଳରେ ମହାନଦୀର ତଳମୁଣ୍ଡ ଅର୍ଥାତ୍‌ ଓଡ଼ିଶାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଛତିଶଗଡ଼ରୁ ପ୍ରକାଶିତ ବିଭିନ୍ନ ଖବରକାଗଜରେ ଏନେଇ ଖବର ପ୍ରକାଶ ପରେ ଓଡ଼ିଶାର ମହାନଦୀକୂଳବାସୀ ବନ୍ୟା ଆଶଙ୍କା ନେଇ ଆତଙ୍କିତ ଅଛନ୍ତି।
ସୂଚନା ଅନୁସାରେ, ଆଗାମୀ ଜୁନ୍ ୧୬ରୁ ୧୫ ଅକ୍ଟୋବର ମଧ୍ୟରେ କଲମା ବ୍ୟାରେଜର ସମସ୍ତ ଗେଟ୍ ଖୋଲିବାକୁ ଛତିଶଗଡ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ମହାନଦୀ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇବା ସହ ତଳମୁଣ୍ଡରେ ବନ୍ୟାସ୍ଥିିତି ସୃଷ୍ଟି ଆଶଙ୍କା ବଢିଛି। ଉପରମୁଣ୍ଡରେ ବନ୍ଧ ବାନ୍ଧି ମହାନଦୀ ପାଣି ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରୁଛି ଛତିଶଗଡ। ଗ୍ରୀଷ୍ମଋତୁରେ ଓଡ଼ିଶାରେ ଜଳାଭାବ ଥିବା ସମୟରେ ଛତିଶଗଡ଼ ସରକାର ବ୍ୟାରେଜର ସମସ୍ତ ଗେଟକୁ ବନ୍ଦ କରି ପାଣିର ସ୍ରୋତକୁ ଅଟକାଇ ଦେଇଥିଲେ; କିନ୍ତୁ ଆଗକୁ ବର୍ଷା ଋତୁ ଆସୁଥିବାବେଳେ ଛତିଶଗଡ଼ ସରକାରଙ୍କ ଗେଟ୍ ଖୋଲିବା ନିଷ୍ପତ୍ତି ଓଡ଼ିଶା ପାଇଁ ଚିନ୍ତାର କାରଣ ସାଜିଛି। ଅଣମୌସୁମୀ ଋତୁରେ ଓଡ଼ିଶାକୁ ଯେତିକି ପାଣି ମିଳିବା କଥା ତାର ୩୦ ପ୍ରତିଶତ କମ୍ ମିଳିଛି। ଜଳଭଣ୍ଡାରର ଉପରମୁଣ୍ଡ ବରଗଡ଼ ଓ ଝାରସୁଗୁଡ଼ା ଜିଲାରେ ପାଣିର ଘୋର ଅଭାବ ଦେଖାଦେଇଛି। ନଦୀଶଯ୍ୟା ଶୁଖିଲା ପଡିଛି। ଜଳାଭାବରୁ ରବି ଚାଷ ଗୁରୁତର ପ୍ରଭାବିତ ହୋଇଛି। ମହାନଦୀ ପାଣି ପାଇଁ ଟ୍ରିବୁନାଲରେ ଲଢେଇ ଚାଲିଛି କହି ଓଡିଶା ସରକାର ଚୁପ୍‌ ବସିଥିବାବେଳେ ଛତିଶଗଡ଼ ସରକାର ମହାନଦୀରେ ଗୋଟିଏ ବଡ ବଡ ପ୍ରକଳ୍ପ ତିଆରି ସହ ଓଡ଼ିଶାର ଭାବାବେଗ ସହିତ ଖେଳ ଖେଳୁଥିବା ଅଭିଯୋଗ ହୋଇଛି।

Hot this week

ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ବହୁ ପଦ ଖାଲି

କାମଚଳା ଅଧିକାରୀଙ୍କ ଦାୟିତ୍ୱରେ ଜିଲା ଓ ମୁଖ୍ୟାଳୟ କଟକ : ସୂଚନା ଓ...

ସାଇବର ଥାନାରେ ଖୋଲିବ ଫୋରେନ୍‌ସିକ ୟୁନିଟ୍‌

ଭୁବନେଶ୍ବର : ସାଇବର ଅପରାଧୀଙ୍କ ପଞ୍ଝାରେ ଓଡ଼ିଶା। ସାଇବର ଠକେଇ କମୁନି,...

ସନ୍ତୋଷଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ବର : ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଓ...

ଆଜି ଆୟୁଷ୍ମାନ ଯୋଗ: ଶୁଭ ମୁହୂର୍ତ୍ତରେ କରନ୍ତୁ ଏହି କାର୍ଯ୍ୟ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି ଡିସେମ୍ବର ୧୩,...

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

Related Articles

Popular Categories