www.samajalive.in
Saturday, December 13, 2025
14.1 C
Bhubaneswar

ରାଷ୍ଟ୍ରପତି ନିର୍ବାଚନ : ମମତା-ସୋନିଆ କଥାବାର୍ତ୍ତା

ନୂଆଦିଲ୍ଲୀ : ରାଜ୍ୟସଭା ନିର୍ବାଚନ ଶେଷ ସହିତ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ବିଜେପି ବିରୋଧୀ ଦଳଙ୍କୁ ଏକତ୍ର କରିବା ଲକ୍ଷ୍ୟରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ୧୫ରେ ଏକ ବୈଠକ ଆହ୍ବାନ କରିଛନ୍ତି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ବିରୋଧୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି ମମତା ଦର୍ଶାଇଛନ୍ତି। ଦିଲ୍ଲୀର କନ୍‌ଷ୍ଟିଚୁସନ୍‌ କ୍ଲବ୍‌ରେ ପ୍ରସ୍ତାବିତ ଏହି ବୈଠକକୁ ସେ ୨୨ ଜଣ ବିଜେପି ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେରଳର ପିନରାଇ ବିଜୟନ୍‌, ତେଲଙ୍ଗାନାର କେ. ଚନ୍ଦ୍ରଶେଖର ରାଓ, ତାମିଲନାଡୁର ଏମ୍‌.କେ ଷ୍ଟାଲିନ୍‌, ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ, ଝାଡ଼ଖଣ୍ଡର ହେମନ୍ତ ସୋରେନ୍‌, ପଞ୍ଜାବର ଭଗୱନ୍ତ ମାନ୍‌ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରମୁଖଙ୍କୁ ମମତା ବୈଠକ ପାଇଁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି।
ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଶନିବାର ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନିଜ ତରଫରୁ ମମତା ଓ ଏନ୍‌ସିପି ମୁଖ୍ୟ ଶରଦ ପୱାରଙ୍କ ସହ ଆଲୋଚନା କରିଛନ୍ତି। ଆଉ କିଛି ବିଜେପି ବିରୋଧୀ ନେତାଙ୍କ ସହିତ ମଧ୍ୟ ସେ ଆଲୋଚନା କରିଥିବା ସୂଚନା ମିଳିଛି। ଆଲୋଚନା ସମୟରେ ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଦେଶର ସମ୍ବିଧାନ ଓ ସାମ୍ବିଧାନିକ ପ୍ରତିଷ୍ଠାନର ସୁରକ୍ଷା ସହ ନାଗରିକଙ୍କ ପ୍ରତି ସମ୍ବେଦନଶୀଳ ବ୍ୟକ୍ତି ହୋଇଥିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏହା ସାମ୍ପ୍ରତିକ ସମୟର ଆହ୍ବାନ ବୋଲି ସୋନିଆ ଦର୍ଶାଇଛନ୍ତି। ଦେଶର ରାଷ୍ଟ୍ରପତି ଏମିତି ବ୍ୟକ୍ତି ହେବା ଆବଶ୍ୟକ; ଯେ କି ସମ୍ପ୍ରତି ଭାଙ୍ଗିଯାଇଥିବା ସମାଜକୁ ସଂଯୋଗ କରିବାର ଦକ୍ଷତା ରଖିଥିବେ ବୋଲି ଦଳର ମୁଖପାତ୍ର ରଣଦୀପ ସୂ​‌େ​‌ର୍ଯ୍ୟୱାଲା କହିଛନ୍ତି। ବରିଷ୍ଠ ନେତା ମଲ୍ଲିକାର୍ଜୁନ୍‌ ଖଡ଼ଗେଙ୍କୁ ଏ ସମ୍ପର୍କରେ ଯୋଗାଯୋଗ ଦାୟିତ୍ବ ଦିଆଯାଇଛି ଏବଂ ସେ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଥିବା ରଣଦୀପ କହିଛନ୍ତି। ଖଡ଼ଗେ ଇତିମଧ୍ୟରେ ଉଦ୍ଧବ ଓ ମମତାଙ୍କ କଥା ହୋଇଛନ୍ତି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories