www.samajalive.in
Thursday, December 11, 2025
27.1 C
Bhubaneswar

କାଳୀୟଦଳନ ଏକାଦଶୀ ପାଳନ କରିବାର କାରଣ

ଆଜି ହେଉଛି କାଳୀୟଦଳନ ଏକାଦଶୀ। ଏହା ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ପାଳନ କରାଯାଇଥାଏ। ଏହିଦିନ ଶ୍ରୀମନ୍ଦିରରେ ମହାପ୍ରଭୁମାନେ କାଳୀୟଦଳନ ବେଶ ଧାରଣ କରିଥାନ୍ତି। କାଳୀୟଦଳନ ଏକାଦଶୀ ମୁଖ୍ୟତଃ ଓଡିଶାରେ ପାଳନ କରାଯାଇଥାଏ। ଭାରତର ଅନ୍ୟ ସ୍ଥାନ ମାନଙ୍କରେ ଏହି ଏକାଦଶୀକୁ ଅନ୍ନଦା ଏକାଦଶୀ ଏବଂ ଅଜ ଏକାଦଶୀ ରୂପେ ପାଳନ କରାଯାଇଥାଏ। କିମ୍ବଦନ୍ତୀ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ଯମୁନା ନଦୀରେ କାଳୀୟ ନାଗକୁ ଦମନ କରିଥିଲେ।
ଧର୍ମ ଗ୍ରନ୍ଥ ଅନୁଯାୟୀ, ଗରୁଡଙ୍କ ଭୟରେ କାଳୀୟ ନାଗ ଯମୁନା ନଦୀରେ ଆଶ୍ରୟ ନେଇଥିଲେ। ସେମାନେ ଯମୁନା ନଦୀର ଜଳକୁ ନିଜର ବିଷ ଜ୍ୱାଳା ଦ୍ୱାରା ବିଷାକ୍ତ କରି ଦେଇଥିଲେ। ସେମାନଙ୍କ ପ୍ରଭାବରେ ଯମୁନା ନଦୀ ମଧ୍ୟକୁ କେହି ପ୍ରବେଶ କରି ପାରୁ ନଥିଲେ। ଥରେ କୌଣସି କାରଣବଶତଃ ପ୍ରଭୁ ଶ୍ରୀକୃଷ୍ଣ ଯମୁନା ନଦୀ ମଧ୍ୟକୁ ଯାଇଥିଲେ। ଏହି ସମୟରେ କାଳୀୟ ନାଗ କୃଷ୍ଣଙ୍କୁ ପାଣି ମଧ୍ୟକୁ ଟାଣି ନେଇଥିଲେ। କାଳୀୟ ନାଗକୁ ଦମନ କରିବା ପାଇଁ ଶ୍ରୀକୃଷ୍ଣ ସେମାନଙ୍କ ମସ୍ତକ ଉପରେ ନୃତ୍ୟ ଆରମ୍ଭ କରିଥିଲେ। ନାଗ ପତ୍ନୀମାନଙ୍କ ଅନୁରୋଧ କ୍ରମେ ପ୍ରଭୁ ଶ୍ରୀକୃଷ୍ଣ ସେମାନଙ୍କୁ ମୁକ୍ତ କରି ଦେଇଥିଲେ। କାଳୀୟ ନାଗମାନେ ସେହିଦିନ ଯମୁନା ନଦୀ ପରିତ୍ୟାଗ କରିଦେଇଥିଲେ। ଏହି ଦିନଟି ପୁରାଣରେ କାଳୀୟ ଦଳନ ଏକାଦଶୀ ନାମରେ ଉଲ୍ଲେଖ ହୋଇ ରହିଛି।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories