କାହିଁକି ମା’କାଳୀଙ୍କ ପାଦତଳେ ଭଗବାନ ଶିବ? ରକ୍ତବୀର୍ଯ୍ୟର ବଧ ପାଇଁ ମା’ ଦୂର୍ଗା ଧାରଣ କରିଥିଲେ

ଭଗବତୀ ଦୁର୍ଗାଙ୍କ ଉଗ୍ର ରୂପ ହେଉଛନ୍ତି ମା’କାଳୀ । ରାକ୍ଷସମାନଙ୍କ ବିନାଶ କରିବା ପାଇଁ ମା’ ଏହି ରୂପ ଧାରଣ କାରିଥିଲେ । ସାଧାରଣତଃ ଆପଣ ଦେଖିଥିବେ ମା’କାଳୀଙ୍କ ମୂର୍ତ୍ତି ବା ଚିତ୍ରରେ ଭଗବାନ ଶିବ ମା’ଙ୍କ ପାଦ ତଳେ ପଡ଼ିଥାଆନ୍ତି । ତେବେ ଏହାକୁ ଦେଖି ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଙ୍କି ମାରୁଥିବ ଯେ ପ୍ରଭୁ ଶିବ ମା’କାଳୀଙ୍କ ପାଦତଳେ ପଡିବାର କାରଣ କ’ଣ? ତେବେ ଚାଲନ୍ତୁ ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଓ ତତ୍‍ସହିତ ମା’ଦୁର୍ଗା କାହିଁକି ମହାକାଳୀ ରୂପ ଧାରଣ କରିଥିଲେ ସେ ବିଷୟରେ ମଧ୍ୟ –

ଶାସ୍ତ୍ର ଅନୁସାରେ, ରକ୍ତବୀର୍ଯ୍ୟ ନାମକ ରାକ୍ଷସ ଘୋର ତପସ୍ୟା ବଳରେ ବ୍ରହ୍ମାଙ୍କଠାରୁ ବରଦାନ ପାଇଥିଲା । ବରଟି ଏପରି ଥିଲା ଯେ, ତା’ ରକ୍ତର ଗୋଟିଏ ବି ବୁନ୍ଦା ଭୂମି ଉପରେ ପଡ଼ିଲେ ତା’ ଭଳି ଅନେକ ରକ୍ତବୀର୍ଜ୍ୟ ସୃଷ୍ଟି ହେବେ । ରାକ୍ଷସ ଏହି ବରଦାନର ଖରାପ ବ୍ୟବହାର କରି ତିନି ଲୋକରେ ହାହାକାର ସୃଷ୍ଟି କରିଥିଲା । ନିର୍ଦ୍ଦୋଷ ଲୋକମାନଙ୍କୁ ହତ୍ୟା କରିବାକୁ ଲାଗିଲା । ଏହାପରେ ଦେବତା ଓ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ହେଲା । ଯୁଦ୍ଧ ସମୟରେ ବରଦାନ କାରଣରୁ ସେ ରାକ୍ଷସର ଗୋଟିଏ ବୁନ୍ଦା ରକ୍ତରୁ ତା’ଭଳି ଅନେକ ରାକ୍ଷସ ସୃଷ୍ଟ ହେବାକୁ ଲାଗିଲେ । ତେଣୁ ଦେବତାମାନେ ସେ ରାକ୍ଷସକୁ ସାମ୍ନା କରିପାରିଲେ ନାହିଁ । ସମସ୍ତ ଦେବତା ଚିନ୍ତିତ ହୋଇଗଲେ ।

ତା’ପରେ ଦେବଗଣ ନିରୁପାୟ ହୋଇ ମା’ଦୁର୍ଗାଙ୍କ ଶରଣକୁ ଗଲେ । ମା’ଦୁର୍ଗା ଦେବତାଙ୍କ ପ୍ରାର୍ଥନା ଶୁଣି ମହାକଳୀଙ୍କ ରୂପ ଧାରଣ କଲେ । ମା’ମହାକାଳୀ ବିକଟାଳ ରୂପ ଧାରଣ କରିବା ମାତେ୍‍୍ର ରାକ୍ଷସମାନଙ୍କୁ ବଦ୍ଧ କରିବା ଆରମ୍ଭ କରିଦେଲେ । ମା’ ରକ୍ତବୀର୍ଜ୍ୟକୁ ବଦ୍ଧ କରିବା ପାଇଁ ଆକ୍ରମଣ କଲେ ହେଲେ ବରଦାନ କାରଣରୁ ରାକ୍ଷସର ରକ୍ତବିନ୍ଦୁରୁ ବହୁ ସଂଖ୍ୟକ ରାକ୍ଷସ ସୃଷ୍ଟି ହେଲେ । ସେହି ସମୟରେ ମା’ କାଳୀ ନିଜ ଜିଭ ବାହାର କଲେ ଓ ରାକ୍ଷସର ରକ୍ତ ମା’ଙ୍କ ଜିଭରେ ପଡ଼ିବାକୁ ଲାଗିଲା । ତା’ପରେ ରାକ୍ଷସଙ୍କ ଶବରେ ଧିରେ ଧିରେ ପାହାଡ଼ ସୃଷ୍ଟି ହେଲା । ସେମାନଙ୍କ ରକ୍ତ ମା’କାଳୀ ପିଇବାକୁ ଲାଗିଲେ । ରାକ୍ଷସର ଅନ୍ତ ପରେ ଯେତେବେଳେ ଯୁଦ୍ଧ ସମାପ୍ତ ହେଲା, ସେତେବେଳେ ଏକ ନୂଆ ସମସ୍ୟା ଉତ୍ପନ୍ନ ହୋଇଥିଲା । ମହାକାଳୀଙ୍କ କ୍ରୋଧ ଶାନ୍ତ ହିଁ ହେଉନଥିଲା । କ୍ରୋଧ ଏପରି ସୀମାରେ ପହଞ୍ଚିଥିଲା ଯେ ତାଙ୍କୁ ଶାନ୍ତ କରିବା ଅସମ୍ଭବ ହୋଇଗଲା । ସେହି ସମୟରେ ସମସ୍ତ ଦେବତା ତାଙ୍କ ପାଖକୁ ଯିବାକୁ ଭୟ କଲେ । ତେଣୁ ସମସ୍ତେ ଭଗବାନ ଶିବଙ୍କ ନିକଟକୁ ଗଲେ । ପ୍ରଭୁ ଶିବ ମା’ଙ୍କୁ ବହୁ ଉପାୟରେ ଶାନ୍ତ କରିବାକୁ ଚେଷ୍ଟା କଲେ ହେଲେ ସବୁଥିରେ ବିଫଳ ହେଲେ । ଶେଷରେ ଭଗବାନ ଶିବ ମହାକାଳୀଙ୍କ ମାର୍ଗରେ ଶୋଇଗଲେ । ଯେତେବେଳେ ମା’କାଳୀ ଶିବଙ୍କୁ ନିଜ ପାଦ ତଳେ ଦେଖିଲେ ସେତେବେଳେ ତାଙ୍କ କ୍ରୋଧ ଶାନ୍ତ ହୋଇଥିଲା ।

ଏହପରି ଭାବେ ଭଗବାନ ଶିବ ମହାକାଳୀଙ୍କ ପାଦ ତଳକୁ ଆସିଥିଲେ ।

Comments are closed.