www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଦର୍ଶିତ ହେଲା ହକି ବିଶ୍ୱକପ ଟ୍ରଫିର ୮ ଫୁଟ୍‌ର ପ୍ରତିକୃତି

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଆଉ ମାତ୍ର ୪୧ ଦିନ ପରେ ଚତୁର୍ଦଶ ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତା ଖେଳାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଅଧିକ ଲୋକପ୍ରିୟତା କରିବା ଓ ପ୍ରଚାର ପ୍ରସାର କରିବା ଲାଗି ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟଟନ ବିଭାଗରୁ ଆରମ୍ଭ କରି କ୍ରୀଡ଼ା ବିଭାଗ ପର୍ଯ୍ୟନ୍ତ ସମସ୍ତେ ବିଶ୍ୱକପ ହକିର ପ୍ରଚାରରେ ଲାଗି ପଡ଼ିଛନ୍ତି। ଦେଶ ବିଦେଶରେ ବ୍ୟାପକ ପ୍ରଚାର ମଧ୍ୟ କରାଯାଉଛି। ସାରା ଓଡ଼ିଶାରେ ପ୍ରଚାର ଲାଗି ମଧ୍ୟ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ହକି ବିଶ୍ୱକପକୁ ନେଇ ସୃଷ୍ଟି ହୋଇଥିବା ଫିବର ପବିତ୍ର ଦଶହରାରେ ମଧ୍ୟ ଦେଖିବାକୁ ମିଳିଛି। ଐତିହାସିକ ସହର କଟକ ସହରରେ ପାର୍ବଣରେ ହକି ବିଶ୍ୱକପର ଝଲକ ଦେଖିବାକୁ ମିଳିଛି। ଚାଉଳିଆଗଞ୍ଜ ପୂଜା କମିଟି ପକ୍ଷରୁ ପାର୍ବଣରେ ପ୍ରସ୍ତୁତ କରାଯାଇଛି ଲାଇଟ୍‍ ଗେଟ। ଉକ୍ତ ଗେଟ୍‍କୁ ସ୍ୱତନ୍ତ୍ର ଭାବେ ହକି ବିଶ୍ୱକପ ପାଇଁ ତିଆରି କରାଯାଇଛିି। ଲାଇଟ୍‍ ଗେଟ୍‍ରେ ହକି ଖେଳିବା, ହକି ବିଶ୍ୱକପ ଟ୍ରଫି, ଟର୍ଫ ସହିତ ପୁରୁଷ ହକି ବିଶ୍ୱକପ ଭୁବନେଶ୍ୱରର ଝଲକ ଦେଖିବାକୁ ମିଳିଛି। କ୍ରୀଡ଼ା ପାଇଁ ସ୍ୱତନ୍ତ୍ରତା ରହିଥିବା କଟକରେ ପାର୍ବଣରେ ହକି ବିଶ୍ୱକପର ଝଲକ ନୂଆ ଉତ୍ସାହ ସୃଷ୍ଟି କରିଛି। କଟକ ସହରକୁ ଲକ୍ଷାଧିକ ଲୋକଙ୍କ ଆଗମନ ହେଉଥିବାରୁ ହକି ବିଶ୍ୱକପର ଝଲକ କ୍ରୀଡ଼ାପ୍ରେମୀଙ୍କୁ ବେଶ ଆକୃଷ୍ଠ କରିବ। ସେହିପରି ହକି ବିଶ୍ୱକପର ପ୍ରଚାର ପ୍ରସାର ଲାଗି ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ବିଶ୍ୱକପ ଟ୍ରଫିର ପ୍ରତିକୃତି ପ୍ରଦର୍ଶିିତ ହେବାରେ ଲାଗିଛି। କିଟ୍‍, କମିଶନରେଟ ପୁଲିସ ମୁଖ୍ୟାଳୟ, ଭୁବନେଶ୍ୱର ମହାନଗର ନିଗମ, ଏକ୍ସପ୍ଲାନେଡ-୧, ସଚିବାଳୟର ପରେ ଏବେ ୟୁନିଟ-୧ ମାର୍କେଟରେ ଏହା ପ୍ରଦର୍ଶିତ ହୋଇଛି। ଏହାକୁ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା ଉଦ୍‍ଘାଟନ କରିଥିଲେ। ଟ୍ରଫି ସହିତ ହକିପ୍ରେମୀ ସେଲ୍‍ଫି ନେବାର ମଜା ଉଠାଇଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories