www.samajalive.in
Monday, December 8, 2025
24.1 C
Bhubaneswar

ଯୁବ ଅଲିମ୍ପିକ୍‍ସ: ସୂରଜଙ୍କୁ ରୌପ୍ୟ

ବ୍ୟୁନସ୍‍ ଆଇରିସ୍‍ : ଏଠାରେ ଚାଲିଥିବା ଯୁବ ଅଲିମ୍ପିକ୍‍ କ୍ରୀଡ଼ାରେ ରୌପ୍ୟପଦକ ଜିତିଛନ୍ତି ଭାରତର ସୂରଜ ପନୱାର। ପୁରୁଷ ୫୦୦ ମିଟର ଚାଲି ରେସ୍‍ରେ ୨ୟ ସ୍ଥାନରେ ରହି ସୂରଜ ଏହି ରୌପ୍ୟପଦକ ଜିତିଛନ୍ତି। ଏହି ରେସ୍‍ ୨ଟି ଚରଣରେ ଆୟୋଜନ ହୋଇଥିଲା। ୨ୟ ଚରଣରେ ସୂରଜ ୨୦ ମିନିଟ ୩୫.୮୭ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନରେ ରହିଥିଲେ। ମୋଟଉପରେ ତାଙ୍କୁ ୨ୟ ସ୍ଥାନ ମିଳିଥିଲା। ଯୁବ ଅଲିମ୍ପିକ୍‍ସର ନୂତନ ଫର୍ମାଟରେ ୫୦୦୦ ମିଟର ଚାଲି ରେସ୍‍ ୨ଟି ଚରଣରେ ଅନୁଷ୍ଠିତ ହୋଇଥିଲା। ୧୭ ବର୍ଷ ବୟସ୍କ ସୂରଜ ପନୱାର ପ୍ରଥମ ଚରଣରେ ୨୦ ମିନିଟ ୨୩.୩୦ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହିଥିଲେ। ଫଳରେ ତାଙ୍କୁ ୨ୟ ସ୍ଥାନ ମିଳିଥିଲା। ମୋଟଉପରେ ସୂରଜ ରେସ୍‍କୁ ୪୦ ମିନିଟ ୫୯.୧୭ ସେକେଣ୍ଡ ନେଇ ୨ୟ ହୋଇଥିବା ବେଳେ ୪୦ ମିନିଟ ୫୧.୮୬ ସେକେଣ୍ଡ ସମୟ ନେଇ ଇକ୍ୱେଡରର ପ୍ୟାଟିନ୍‍ ଓସ୍କାର ସ୍ୱର୍ଣ୍ଣପଦକ ଜିତିଛନ୍ତି। ପ୍ୟୁର୍ଟୋ ରିକୋର ୟାନ୍‍ ମୋରେୟୁ ବ୍ରୋଞ୍ଜ୍‍ ପଦକ ଜିତିଥିଲେ। ଚଳିତ ଯୁବ ଅଲିମ୍ପିକ୍‍ସରେ ଆଥ୍‍ଲେଟିକ୍‍ସରେ ଏହା ଭାରତର ପ୍ରଥମ ପଦକ। ପୂର୍ବରୁ ୨୦୧୦ରେ ଅର୍ଜୁନ (ପୁରୁଷ ଡିସ୍‍କସ୍‍ ଥ୍ରୋ) ଓ ଦୁର୍ଗେଶ କୁମାର (ପୁରୁଷ ୪୦୦ ମିଟର ହର୍ଡଲ୍‍ସ) ରୌପ୍ୟପଦକ ଜିତିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories