କଳିଙ୍ଗ ପବ୍ଲିକ୍ ସରକାରୀ ହାଇସ୍କୁଲର ରୁପାନ୍ତରିିକରଣ ପ୍ରସ୍ତୁତି ବୈଠକ
ଚୌଦ୍ୱାର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଚୌଦ୍ୱାରରେ ପ୍ରତିଷ୍ଠିତ ପ୍ରଥମ ଇଂରାଜି ମିଡିୟମ ସ୍କୁଲ କଳିଙ୍ଗ ପବ୍ଲିକ ସରକାରୀ ହାଇସ୍କୁଲର ୫ଟି ରୁପାନ୍ତରୀକରଣରେ ସାମିଲ ପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସୁଷମା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଟେକନିକାଲ ଆସିଷ୍ଟାଣ୍ଡ ଅସିମ ମଲ୍ଲିକ ଓ ସିଆରସିସି ରାଜେଶ କୁମାର ନାୟକ ଯୋଗଦେଇ ସ୍କୁଲର ଅବସ୍ଥିତି ଏବଂ ବିଦ୍ୟାଳୟର ବିଭିନ୍ନ ରୁପାନ୍ତିକରଣର ଆନୁସଙ୍ଗିକ ଆବଶ୍ୟକତା,ବିଦ୍ୟାଳୟ ପରିଚାଳନାଗତ ସମସ୍ତ ଉପକରଣ ତଥା ରୁପାନ୍ତିକରଣର ବଜେଟ ଉପରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର ସଂଘର ସମସ୍ତ ଆଲମୁନି ପ୍ରାନ ବିଶ୍ୱାଳ, ଡା.ଅମିତ୍ ପୃଷ୍ଟି, ତାରାଶଙ୍କର ପାଣି, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ସାହୁ, ପରିଚାଳନା କମିଟି ଚେୟାରମ୍ୟାନ ଜୟଶ୍ରୀ ମହାନ୍ତି, କାଉନସିଲର ଆଶୁତୋଷ ଦାସ, ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ରୁପାନ୍ତିରିକରଣରେ ସାମିଲ ହେବାପାଇଁ ପ୍ରାଥମିକ କାର୍ଯ୍ୟ ସଂପାଦନ କରିବା ସହିତ ସରକାରୀ ନିୟମ ଅନୁଯାୟୀ ସମସ୍ତ ପ୍ରସ୍ତୁତି କରିବା ପାଇଁ ଶ୍ରୀ ମଲ୍ଲିକ ପରାମର୍ଶ ଦେଇଥିଲେ।
Comments are closed.