www.samajalive.in
Wednesday, December 10, 2025
16.1 C
Bhubaneswar

ମଶା ବଂଶ ବୃଦ୍ଧିରେ କଲିକତି ଦଳ

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକରେ କଲିକତି ଦଳ ମଶା ବଂଶ ବୃଦ୍ଧି କରୁଛି ବୋଲି ଜନସାଧାରଣଙ୍କ ତରଫରୁ ଅଭିଯୋଗ ହେଉଛି । ଗାଁ ଗଣ୍ଡାରେ ରହିଥିବା ପୁରାତନ ପୋଖରୀ ଗାଡ଼ିଆରେ କଲିକତି ଦଳ ପୂର୍ଣ୍ଣ ହୋଇ ରହିଛି । ଅଣ୍ଟାଏ ଉଚ୍ଚ ପର୍ଯ୍ୟନ୍ତ ଏହି ଦଳଗୁଡ଼ିକ ବଢିଛି । ପାଣି ତ ଦୁର୍ଗନ୍ଧ ଯୁକ୍ତ, ତାହା ପୁଣି କଳା କଟ କଟ । ଅତୀତରେ ଦିନେ ଯେଉଁ ପୋଖରୀର ପାଣି ଗାଁ ଲୋକମାନେ ପିଉଥିଲେ, ରୋଷେଇରେ ବ୍ୟବହାର କରୁଥିଲେ ଆଜି ତାହା ପରିତ୍ୟକ୍ତ ଅବସ୍ଥାରେ ରହିଛି । ସଂଧ୍ୟା ହେଲେ ଲୋକମାନେ ଦାଣ୍ତ ପିଣ୍ଡାରେ ବସିପାରୁ ନାହାନ୍ତି । ମଶାଙ୍କ ଦ୍ୱାରା ମ୍ୟାଲେରିଆ ବାତଜ୍ୱର ଆଦି ରୋଗରେ ଲୋକେ ଆକ୍ରାନ୍ତ ହେଉଥିବା ଜଣାପଡିଛି। ଗାଁ କଲ୍ୟାଣ ସମିତିକୁ ସ୍ୱଛତା ହିଁ ସେବାକୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ବାର୍ଷିକ ଅନୁଦାନ ମିଳୁଛି । ହେଲେ ଏ ଦିଗ ପ୍ରତି କାହାର ନଜର ନାହିଁ। ଗାଁ କଲ୍ୟାଣ ସମିତି କେବଳ ସାଇନବୋର୍ଡ଼ରେ ରହିଯାଇଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଜିଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର କହନ୍ତି ପ୍ରକୃତରେ ଦଳଗାଡ଼ିଆ ଯୋଗୁ ମଶା ବଂଶ ବଢୁଛି । କଲିକତି ଦଳ ସହିତ ବିଭିନ୍ନ କିସମର ଦଳରେ ଗାଡ଼ିଆ ପୋଖରୀ ପୂର୍ଣ୍ଣ ହୋଇରହିଥିବା ଦେଖିବାକୁ ମିଳୁଛି । ଏ ସମ୍ପର୍କରେ ଆସନ୍ତା ଜିଲାପରିଷଦ ବୈଠକରେ ଆଲୋଚନା କରାଯିବ ବୋଲି ଶ୍ରୀ ମିଶ୍ର କହନ୍ତି । ତେବେ ପଞ୍ଚାୟତ ପକ୍ଷରୁ ଦଳପୂର୍ଣ୍ଣ ପୋଖରୀ ଗାଡ଼ିଆଗୁଡିକ ଦଳ ସଫା କରାଯିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେବାକୁ ଜନ ସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories