www.samajalive.in
Saturday, December 6, 2025
26.1 C
Bhubaneswar

କାଳିଆ ଯୋଜନାକୁ ବିରୋଧ କରି ମାମଲା, ଶୁଣାଣି ପାଇଁ ହାଇକୋର୍ଟରେ ଗୃହୀତ

କଟକ : କାଳିଆ ଯୋଜନାକୁ ବିରୋଧ କରି ଡକ୍ଟର ସୁବାସ ମହାପାତ୍ରଙ୍କ ପକ୍ଷରୁ ରୁଜୁ ପିଟିସନକୁ ଶୁଣାଣି ପାଇଁ ହାଇକୋର୍ଟ ଗ୍ରହଣ କରିଛନ୍ତି। କୃଷକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଏହି ଯୋଜନାକୁ ଅସିଦ୍ଧ ଘୋଷଣା ପାଇଁ ଦାୟର ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଝାଭେରୀ ଓ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନି‌େର୍ଦ୍ଦଶ ଦେଇଛନ୍ତି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, କୃଷି ସଚିବ, ଅର୍ଥ ସଚିବ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିବା ପରେ ଏ ନେଇ ୨୦୧୮, ଡିସେମ୍ବର ୨୨ରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କାଳିଆ ଯୋଜନା ପାଇଁ ରାଜ୍ୟର କଣ୍ଟିନଜେନ୍ସି ଫଣ୍ଡରୁ ଅର୍ଥ ବିନିଯୋଗ କରାଯାଉଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତେବେ ଏହି ପାଣ୍ଠିରୁ ଅର୍ଥ ଜରୁରୀକାଳୀନ ପରିସ୍ଥିତିରେ ଖର୍ଚ୍ଚ କରାଯିବା କଥା। କିନ୍ତୁ କାଳିଆ ଯେଜନା ଭଳି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଯୋଜନା ପାଇଁ କଣ୍ଟିନଜେନ୍ସି ଫଣ୍ଡରୁ ଅର୍ଥ ବିନିଯୋଗ କରାଯିବା ଆଇନ ଅନୁସାରେ ଏହା ଗ୍ରହଣୀୟ ନୁହେଁ। ସମ୍ବିଧାନର ବିଭିନ୍ନ ଧାରାର ଉଲ୍ଲଂଘନ କରି ଏହି ପାଣ୍ଠିରୁ କାଳିଆ ଯୋଜନା ପାଇଁ ଅର୍ଥ ଖର୍ଚ୍ଚ କରାଯିବା ଅତ୍ୟନ୍ତ ବେଆଇନ। ଏଥି ସହିତ ଓଡ଼ିଶା କଣ୍ଟିନଜେନ୍ସି ଫଣ୍ଟ ଆକ୍ଟ ଓ ରୁଲ୍ସର ମଧ୍ୟ ଉଲ୍ଲଘଂନ କରାଯାଇଛି। ଏପରି ପରିସ୍ଥିତିରେ କାଳିଆ ଯୋଜନାକୁ ଅସାମ୍ବିଧାନିକ ‌ବୋଲି ଘୋଷଣା କରାଯାଇ ରଦ୍ଦ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories