www.samajalive.in
Saturday, December 13, 2025
27.1 C
Bhubaneswar

କାଳେଶ୍ବରମ୍‌ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ହାଇଦରାବାଦ : ଗୋଦାବରୀ ନଦୀରେ ନିର୍ମିତ କାଳେଶ୍ବରମ୍‌ ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଅତିଥିମାନଙ୍କୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରୁପା ନିର୍ମିତ ଉପହାର ପ୍ରଦାନ କରିଥିବା ଖବର ଏବେ ସମ୍ନାକୁ ଆସିଛି। ଏହି ଉପହାରର ମୂଲ୍ୟ ୧ କୋଟି ୬୬ଲକ୍ଷ ଏବଂ ଏହା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।

- Advertisement -

ଉତ୍ସବରେ ଯୋଗ ଦେଇଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି, ରାଜ୍ୟପାଳ ଇଏସ୍‌ଏଲ ନରସିଂହମ୍‌ ଓ ଉପସ୍ଥିତ ଆନ୍ଧ୍ରପ୍ରଦେଶର କିଛି ମନ୍ତ୍ରୀଙ୍କୁ ଏହି ଉପହାର ପ୍ରଦାନ କରାଯାଇଛି। ଏହି ଉପହାର କରିମନଗରଠାରେ ନିର୍ମାଣ ହୋଇଥିବା ଓ ଏଥିରେ ମୋଟ ୧୮୦କିଲୋ ରୁପା ବ୍ୟବହାର ହୋଇଥିବାବେଳେ ଏଗୁଡ଼ିକ ଅନ୍ୟ ଧାତୁ ଖଚିତ ରୁପା ମୟୁର ଥିବା ପ୍ରକାଶ।

ଏହି ଉପହାର ନିର୍ମାଣଜୁନ୍‌ ୨୬​ରେ ଏହି ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲା; କିନ୍ତୁ ଉପହାରକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଅପରପକ୍ଷରେ ଏହି ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି ନଡ୍ଡା ଅଭିଯୋଗ କରିଛନ୍ତି।

Hot this week

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

Related Articles

Popular Categories