www.samajalive.in
Thursday, December 11, 2025
18.1 C
Bhubaneswar

କେଭିନ ଯୋଶେଫ ହତ୍ୟା ‘ଅନର କିଲିଂ: କୋର୍ଟ

ଥିରୁଭାନନ୍ତପୁରମ : କେରଳର ଦଳିତ ଯୁବକ କେଭିନ ପି. ଯୋଶେଫଙ୍କ ହତ୍ୟା ଏକ ଅନର କଲିଂ ମାମଲା। ପ୍ରେମ ବିବାହ କରିଥିବା କେଭିନଙ୍କୁ ତାଙ୍କ ପତ୍ନୀ ନୀତୁ ଚାକୋଙ୍କ ପରିବାର ଲୋକେ ସମ୍ମାନ ପାଇଁ ହତ୍ୟା କରିଛନ୍ତି ବୋଲି କୋଟ୍ଟାୟାମର ମୁଖ୍ୟ ସେସନ୍ସ କୋର୍ଟ ଗୁରୁବାର ଚୂଡାନ୍ତ ରାୟ ଦେଇଛନ୍ତି। ଏଥିସହ ନୀତୁଙ୍କ ଭାଇ ସମେତ ୧୦ ଜଣଙ୍କୁ ବିଚାରପତି ସି ଜୟଚନ୍ଦ୍ରନ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଏମାନଙ୍କ ବିରୋଧରେ ଅପହରଣ, ହତ୍ୟା, ଅପରାଧ ଷଡ଼ଯନ୍ତ୍ର, ଜାଣିଶୁଣି ଆଘାତ ଦେବା, ବେଆଇନ ଭାବେ ଅଟକ ପ୍ରଭୃତି ଅଭିଯୋଗ ପ୍ରମାଣ ହୋଇଛି। କିନ୍ତୁ ନୀତୁଙ୍କ ପିତା ସହିତ ଅନ୍ୟ ୩ ଜଣଙ୍କୁ କୋର୍ଟ ପ୍ରମାଣ ଅଭାବରୁ ମୁକ୍ତ କରିଛନ୍ତି। ଶନିବାର ଦୋଷୀମାନଙ୍କ ଦଣ୍ଡାଦେଶ ଘୋଷଣା ହେବ। କେଭିନ (୨୪) ଭିନ୍ନ ଜାତିର ହୋଇଥିବା ବେଳେ ନୀତୁ (୨୦) ତାଙ୍କ ପରିବାର ଲୋକଙ୍କ ଆପତ୍ତି ସତ୍ତ୍ବେ ୨୦୧୮ ମେ’ ୨୪ରେ ତାଙ୍କୁ କୋଟ୍ଟାୟାମଠାରେ ବିବାହ କରିଥିଲେ। ୨ ଦିନ ପରେ ନୀତୁଙ୍କ ଭାଇ ସଞ୍ଜୁ ଚାକୋଙ୍କ ନିର୍ଦେଶରେ କିଛି ଲୋକ କେଭିନ ଓ ତାଙ୍କ ବନ୍ଧୁ ଅନୀଶଙ୍କୁ ତାଙ୍କ ଘରୁ ଅପହରଣ କରିନେଇଥିଲେ। ଅନୀଶଙ୍କୁ ସେମାନେ ଛାଡି ଦେଇଥିଲେ। କିନ୍ତୁ କୋଲାମ ନିକଟସ୍ଥ ଥେନମାଲା ନିକଟସ୍ଥ ଏକ ନାଳରୁ କେଭିନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କେଭିନଙ୍କୁ ନାଳରେ ଯୋରଜବରଦସ୍ତି ବୁଡାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା। ରବିବାର ରାତି ହୋଇଥିବାରୁ ତତ୍‌ସମୟରେ ପୁଲିସ ମଧ୍ୟ ଏଫଆଇଆର ରୁଜୁ କରିବାକୁ ନୀତୁ ଓ କେଭିନଙ୍କ ପରିବାରକୁ ମନା କରିଦେଇଥିଲା। କେରଳରେ ଏହା ପ୍ରଥମ ଅନର କିଲିଂ ମାମଲା ହୋଇଥିବାରୁ ଏହାକୁ ନେଇ ରାଜ୍ୟବାସୀ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଶେଷ କରି ଦଳିତ ବର୍ଗ ଏବଂ ବିରୋଧୀ ଦଳ ୟୁଡିଏଫର ସମର୍ଥକମାନେ ପୁଲିସର ଉଦାସୀନତା ବିରୋଧରେ ବିକ୍ଷୋଭ କରିଥିଲେ। ହଜାରହଜାର ଲୋକଙ୍କ ଗହଣରେ କେଭିନଙ୍କ ଅନ୍ତିମ ସତ୍କାର କରାଯାଇଥିଲା।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories