www.samajalive.in
Thursday, December 11, 2025
15.1 C
Bhubaneswar

ସେପ୍ଟେମ୍ବର ୨୦ରେ ଆସିବ ପ୍ରଥମ ରାଫେଲ

ନୂଆଦିଲ୍ଲୀ : ସେପ୍ଟେମ୍ବର ୨୦ରେ ଭାରତକୁ ମିଳିବ ପ୍ରଥମ ରାଫେଲ ଯୁଦ୍ଧବିମାନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିମାନବାହିନୀ ମୁଖ୍ୟ ଏୟାର ଚିଫ୍‌ ମାର୍ଶାଲ ବି.ଏସ୍‌ ଧାନୋଆ ଫ୍ରାନ୍ସର ଡାସଲ୍ଟ ଆଭିଏସନ୍‌ କର୍ତ୍ତୃପକ୍ଷଙ୍କଠାରୁ ଏହାକୁ ଗ୍ରହଣ କରିବେ। ଏହି ଉପଲକ୍ଷେ ସେମାନେ ରାଫେଲ କାରଖାନା ଥିବା ଫ୍ରାନ୍ସର ବୋର​‌େ​‌ଡକ୍ସ ଯିବେ ବୋଲି ସୂଚନା ମିଳିଛି।

ବିମାନ ଆଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ବୋରଡେକ୍ସ ଯିବେ। ଫ୍ରାନ୍ସଠାରୁ ୨୦୨୦ ସୁଦ୍ଧା ଭାରତ ୩୬ଟି ରାଫେଲ ବିମାନ ପାଇବାକୁ ରାଜିନାମା ହୋଇଛି ଏବଂ ଏଗୁଡ଼ିକ ୨୦୨୦ ମଇଠାରୁ ଭାରତରେ ପହଞ୍ଚିବା ଆରମ୍ଭ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ। ଇତିମଧ୍ୟରେ ଭାରତର ୨୪ଜଣ ପାଇଲଟ ତିନି ପର୍ଯ୍ୟାୟରେ ଫ୍ରାନ୍ସ ବିମାନବାହିନୀ ଦ୍ବାରା ରାଫେଲ ଚଳାଇବା ପାଇଁ ତାଲିମ ଗ୍ରହଣ କରିସାରିଛନ୍ତି। ଭାରତ ଆସିବା ପରେ ରାଫେଲ ଯୁଦ୍ଧବିମାନକୁ ହରିୟାଣାର ଆମ୍ବାଲା ଓ ପଶ୍ଚିମବଙ୍ଗର ହାସାମାରା ବିମାନଘାଟିରେ ମୁତୟନ କରାଯିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories