www.samajalive.in
Monday, December 8, 2025
24.1 C
Bhubaneswar

ଚନ୍ଦ୍ରର ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପ୍ରେରିତ ଚନ୍ଦ୍ରଯାନ-୨ ଉତ୍ତୋଳନ କରିଥିବା ଚନ୍ଦ୍ରର ଫଟୋକୁ ସାର୍ବଜନୀନ କରାଯାଇଛି। ଗୁରୁବାର ଇସ୍ରୋ ସାର୍ବଜନୀନ କରିଥିବା ଚନ୍ଦ୍ରଯାନ ପ୍ରେରିତ ଚନ୍ଦ୍ରର ଫଟୋରେ ମାରେ ଓରିଏଣ୍ଟାଲ ବେସିନ ଓ ଆପୋଲୋ କ୍ରାଟର୍ସକୁ ସ୍ପଷ୍ଟ ଠାବ କରାଯାଇପାରୁଛି। ଚନ୍ଦ୍ରପୃଷ୍ଠ ଠାରୁ ୨୬୫୦ କିମି ଉଚ୍ଚତାରୁ ଏହି ଫଟୋକୁ ଉତ୍ତୋଳନ କରାଯାଇଥିବା ଇସ୍ରୋ କହିଛି। ଜୁଲାଇ ୨୨ରେ ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୨ ଅଗଷ୍ଟ ୧୪ରେ ପୃଥିବୀର କକ୍ଷ ପଥ ଛାଡି ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଥିଲା। ସେପ୍ଟେମ୍ବର ୭ରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories