www.samajalive.in
Saturday, December 6, 2025
14.1 C
Bhubaneswar

ସ୍କୁଟି ଉପରେ ବାଲି ବୋଝେଇ ହାୱା ଚଢ଼ିଗଲା, ଜଣେ ମୃତ 

କଳାପଥର (ବାଙ୍କୀ):ବାଙ୍କୀ -ଖୋର୍ଦ୍ଧା ରାସ୍ତାର ନଦୀକୁଣ୍ଡା ପୋଲ ଠାରେ ଏକ ସ୍କୁଟି ଉପରେ ବାଲି ବୋଝେଇ ହାୱାଗାଡି ଚଢ଼ି ଯିବାରୁ ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଯୋଗ୍ୟଯେ ଶିଶୁଆ ଗ୍ରାମର ଗଦାଧର ପରିଡା ସ୍କୁଟି ଚଳାଇ ରଗଡି ଅଭିମୁଖେ ଯାଉଥିଲେ ଓ ତାଙ୍କ ପଛରେ ହରିରାଜପୁରର ବ୍ରହ୍ମାନନ୍ଦ ପିରୋଇ ବସିଥିଲେ । ସେହି ସମୟରେ ଏକ ବାଲି ବୋଝେଇ ହାଇୱା ଗାଡି ଚଢ଼ିଯିବା ଫଳରେ ବ୍ରହ୍ମାନନ୍ଦ ପିରୋଇଙ୍କ ମୃତ୍ୟୁ ଘଟିଛି । ସଂଗେ ସଂଗେ ସେମାନଙ୍କୁ ବାଙ୍କୀ ମେଡିକାଲ୍ ପରେ କଟକ ମେଡିକାଲ୍‌କୁ ପଠାଯାଇଥିଲା ଓ ସେଠାରେ ଡାକ୍ତର ବ୍ରହ୍ମାନନ୍ଦ ପିରୋଇଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରକାଶ ପାଇଛି ।
ବେଧଡକ ଭାବେ ବାଲି ବୋଝେଇ ଗାଡି ବାଙ୍କୀ ସହର ଦେଇ ଜନଗହଳି ରାସ୍ତାରେ ଯିବା ଆସିବା ଫଳରେ ଏପରି ଦୁର୍ଘଟଣାମାନ ଘଟିବାରେ ଲାଗିଛି । ସେଥିପାଇଁ ସାଧାରଣ ଜନତା ବାଙ୍କୀ ପ୍ରଶାସକ ଓ ବାଙ୍କୀ ପୋଲିସ୍ ଏଥିରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories