www.samajalive.in
Sunday, December 7, 2025
26.1 C
Bhubaneswar

ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ସରିଲା ମଙ୍ଗଳକୃତ୍ୟ, ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି

ଆରଡି :  ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ  ଶିବବିବାହ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ ଆଲୋକରେ ସୁସଜିତ କରାଯାଇଥିବା ବେଳେ ଫୁଲରେ ଝଲସୁଛି ମନ୍ଦିର ମୁଖ୍ୟ ଦ୍ବାର।  ସୋମବାର  ବୈଦିକ ରୀତିନୀତି ଅନୁଯାୟୀ ବରପିତା କେଦାରନାଥ ପାଢୀ  ଓ କନ୍ୟାପିତା ଗଦାଧର ପାଢୀଙ୍କ ପକ୍ଷରୁ ଦେବଦମ୍ପତିଙ୍କର  ମଙ୍ଗଳପାଗ ନୀତି ସମ୍ପନ୍ନ ହୋଇଥିବା ବେଳେ ଆଜି ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ।
ମଣିବାବାଙ୍କର ସକାଳ ନୀତିକାନ୍ତି ସରିବା ପରେ ୮ଟାରେ ଶ୍ରୀଜିଉଙ୍କୁ ହଳଦୀ ସ୍ନାନ କରାଯାଥିବା ବେଳେ  ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଏକ ସୁସଜିତ ବିମାନରେ ମନ୍ଦିରରୁ  ବାବାଙ୍କ ଚଳନ୍ତି ପ୍ରତିମା ହର , ମାତାପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ନିଜ ଘରକୁ ନେଇ ଲୋକାଚାରରେ ମଙ୍ଗଳପାଗ ନୀତି ସମ୍ପନ୍ନ କରିଥିଲେ। ତାହାସହ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହ ଚାଲିଥିଲା ପୂଜାର୍ଚ୍ଚନା। ଏହି ବିବାହ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ପାରମ୍ପରିକ ବାଦ୍ଯ ଓ ନୃତ୍ୟ କଳାକାର ଏବେ ଆରଡିପୀଠରେ ପହଁଚିଥିବା ବେଳେ ସମସ୍ତଙ୍କ ଘରେ ବନ୍ଧୁ ପରିଜନରେ ପୁରି ଉଠିଛି। ମଙ୍ଗଳବାର ସକାଳ ୧୦ଟାରେ ବରଧରା ଗମନ ସହ ସଂଧ୍ଯାରେ ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ତାହାସହ ଅପରାହ୍ଣ ୪ଟରେ ମଣିବାବାଙ୍କୁ ରାଜରାଜେଶ୍ବର ବେଶ ଓ ମାତା ପାର୍ବତୀଙ୍କର ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ । ପରେ ଦିଅ ମଙ୍ଗୁଳା ନୀତି ଅନୁଷ୍ଠିତ ହେବ।
ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ  ରଖି ବ୍ଯାପକ ପୁଲିସ ମୃତ୍ଯୟନ କରାଯାଇଛି । ଏଥିପାଇଁ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଚାନ୍ଦବାଲି ବିଡିଓ ଅସିତ ମହାନ୍ତି, ତହସିଳିଦାର ଅଶ୍ବନି କୁମାର ଭୂୟାଁ,  ଧାମନଗର ଏସଡିପିଓଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ପୀଠରେ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି। ବିଶେଷକରି ପୀଠରେ ଚଳିତବର୍ଷ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରାଫିକ ବ୍ଯବସ୍ଥାକୁ କଡାକଡି କରାଯିବା ପାଇଁ ଭଦ୍ରକ ଏସପି ବରୁଣ ଗୁଣ୍ଠପାଲି ଆଭାସି ମାଧ୍ଯମରେ ସୂଚନା ଦେଇଛନ୍ତି। ତାହାସହ ପୀଠରେ ଥିବା ୩ଟି ନଦୀଘାଟର ଉଭୟ ପାର୍ଶ୍ବରେ  ସୁରକ୍ଷା ବ୍ଯବସ୍ଥା କରାଯିବା ସହିତ ନଦୀ ମଧ୍ୟରେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପଇଁତରା ମାରିବେ। ସୁରକ୍ଷା ବ୍ଯବସ୍ଥା ପାଇଁ ୩ଜଣ ମ୍ଯାଜିଷ୍ଟ୍ରେଟଙ୍କ ସହ ୧ଜଣ ଏଏସପି, ୪ଜଣ ଏସଡିପିଓ, ୧୦ଜଣ ଇନସିପେକ୍ଟର, ୬ପ୍ଲାଟୁନ ଫୋର୍ସଙ୍କ ସହ ସୁରକ୍ଷା ବାହିନୀ ନିୟୋଜିତ ରହିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories