କଳାପଥର(ବାଙ୍କୀ): ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଆହ୍ୱାନକ୍ରମେ ବାଙ୍କୀ ଓ ଡମପଡ଼ା ବ୍ଲକ ଶାଖାର ଏକ ବୈଠକ ସ୍ଥାନୀୟ ଶିକ୍ଷକ ଭବନଠାରେ କୌଶିକ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଙ୍କୀ ବ୍ଲକ ଏବଂ ଡମପଡ଼ା ବ୍ଲକ ବିଡିଓଙ୍କୁ ପ୍ରଦାନ କରାଯାଇଛି। ବୈଠକରେ ରାଜ୍ୟ ମହାସଂଘର ମହାସଚିବ ଗୋକୁଳାନନ୍ଦ ବେହେରା, ଉପାଧ୍ୟକ୍ଷ ଦ୍ୱାରୀକାନାଥ ମହାନ୍ତି, ସଂଗଠନ ସଂପାଦକ ଶରତ ଚନ୍ଦ୍ର ପରିଡା, ସଭ୍ୟ ସୁବ୍ରତ କୁମାର ରାୟ ଯୋଗଦେଇଥିବାବେଳେ ବାଙ୍କୀ ଶାଖାର ଶିକ୍ଷକ ନେତା ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଡମପଡ଼ା ବ୍ଲକ ଶାଖା ସଭାପତି ଧଡିପ୍ରଧାନ, ବାଙ୍କୀ ବ୍ଲକ ସଂପାଦକ ସୁବାସ ଚନ୍ଦ୍ର ପ୍ରହରାଜ, ଡମପଡ଼ା ବ୍ଲକ ସଂପାଦକ ନବକିଶୋର ମହାପାତ୍ର ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପୁରୁଣା ପେନସନ୍ ପୁନଃ ପ୍ରଚଳନ, କୋଭିଡ ସମୟରେ ବକେୟା ଡି.ଆର୍. ପ୍ରଦାନ, ୬୫ବର୍ଷରୁ ଊର୍ଦ୍ଧ୍ବ୍ୱ ବୟସର କର୍ମଚାରୀମାନଙ୍କୁ ଅତିରିକ୍ତ ୫ପ୍ରତିଶତ ପେନସନ୍ ପ୍ରଦାନ, ଚିକିତ୍ସା ଭତ୍ତା, ଯାତାୟତବେଳେ ବସ୍ ଏବଂ ରେଳରେ ରିହାତି ଆଦି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବାଙ୍କୀ ବ୍ଲକ ଏବଂ ଡମପଡ଼ା ବ୍ଲକ ବିଡିଓଙ୍କୁ ପ୍ରଦାନ କରାଯାଇଛି।
ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ବାଙ୍କୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର
Popular Categories



