ଭବାନୀପାଟଣା: କଳାହାଣ୍ଡିର ଖ୍ୟାତିସଂପନ୍ନ ଯୁବ ପାରାବ୍ୟାଡ଼ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ମହାନଦୀ କୋଲଫିଲ୍ଡ ଲିମିଟେଡ ସ୍ପନସରଶିପ୍ ପ୍ରଦାନ କରିଛି। ଆସନ୍ତା ଏସିଆନ ୟୁଥ୍ ପାରାଗେମ୍ ପାଇଁ ଆକାଶଙ୍କୁ ସ୍ପନସରଶିପ ପ୍ରଦାନ କରିଛି ଏମସିଏଲ।
ସୂଚନାଯୋଗ୍ୟ, ଆକାଶ ପୂର୍ବରୁ ରାଜ୍ୟ ପାରା ବ୍ୟାଡମିଣ୍ଟନ ରାଙ୍କ୍ ବିଜେତା ହେବାସହ ରାଜ୍ୟସ୍ତରରେ ଚମ୍ପିଆନ୍ ଆଖ୍ୟା ପାଇଛନ୍ତି। ପୂର୍ବରୁ ସେ ଏକାଧିକ ବାର ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳରେ ସାମିଲ ହେବା ସହିତ ନିକଟରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ଖେଳରେ ମଧ୍ୟ ଦେଶକୁ ପ୍ରତିନିଧିତ୍ବ କରିଥିଲେ। ପୂର୍ବରୁ ନିଜସ୍ବ ଉଦ୍ୟମରେ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହେଉଥିବା ଆକାଶଙ୍କୁ ଏବେ ଏମସିଏଲ ସ୍ପନସରଶିପ ପ୍ରଦାନ କରି ଉତ୍ସାହିତ କରିଥିବାରୁ ଜିଲାର କ୍ରୀଡାବିତ୍ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଏହି ସ୍ପନସରଶିପ ଆଗକୁ ଭଲ ଖେଳିବା ପାଇଁ ତାଙ୍କୁ ପ୍ରୋତ୍ସାହିତ କରିବ ବୋଲି ଆକାଶ ‘ସମାଜ’କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।



