www.samajalive.in
Saturday, December 6, 2025
14.1 C
Bhubaneswar

ଠଣାପଲ୍ଲୀରେ ଚାନ୍ଦୁଆ ତାଲିମ କେନ୍ଦ୍ର ଉଦଯାପିତ

କଳାପଥର (ବାଙ୍କୀ ): ସୀମାନ୍ତବର୍ତ୍ତୀ ଧଳାପଥର ଗ୍ରାମ ପଞ୍ଚାୟତ ଅଧୀନ ଠଣ।ପଲ୍ଲୀ ଗ୍ରାମରେ ଦୀର୍ଘ ଛଅ ମାସ ଧରି ଚାଲିଥିବା ଚାନ୍ଦୁଆ ତାଲିମ କେନ୍ଦ୍ର ଉଦଯାପିତ ହୋଇଯାଇଛି। ହସ୍ତ ଶିଳ୍ପ ବିଭାଗର ଦକ୍ଷତା ବିକାଶ ଯୋଜନାରେ ଗ୍ରାମର ପନ୍ଦର ଜଣ ମହିଳା ଏଥିରେ ତାଲିମ ନେଇଥିଲେ। ଉଦଯାପନ ଉତ୍ସବରେ ଅତିଥି ଭାବେ ହସ୍ତ ଶିଳ୍ପ ବିଭାଗର ଉପ ନିର୍ଦ୍ଦେଶକ ପ୍ରବୀଣା ନାୟକ, ହସ୍ତ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ବବିତା ମହାନ୍ତି, ଆଞ୍ଚଳିକ ଅଧିକାରୀ ଅର୍ପିତା ମହାନ୍ତି ଯୋଗ ଦେଇ ତ।ଲିମଧ।ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ।
ଠଣ।ପଲ୍ଲୀ ମିଳିତ ଯୁବକ ସଂଘର ସମ୍ପାଦକ ଭାଗିରଥି ଦାଶ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନେ ତାଲିମ ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ କଣ ସବୁ ସାହାଯ୍ୟ ସହଯୋଗ ଯଥା ଶିଳ୍ପୀ ପରିଚୟ ପତ୍ର, ଋଣ ଅର୍ଥ, ପ୍ରଧାନମନ୍ତ୍ରୀ କୌଶଳ ଯୋଜନାରେ ସହାୟତା ଉପରେ ସଚେତନ କରାଇଥିଲେ। ତାଲିମ ଦାତା ମାନସୀ ଦାସ ପ୍ରଶିକ୍ଷାର୍ଥୀ ପ୍ରସ୍ତୁତି କରିଥିବା ଚାନ୍ଦୁଆ କୌଶଳ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଲିପିକା ମହାପାତ୍ର ଧନ୍ୟବାଦ୍ ପ୍ରଦାନ କରିଥଲେ।

ଗଛରେ ଆମ୍ବୁଲାନ୍ସ ପିଟି ହୋଇ ରୋଗୀ ମୃତ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories