www.samajalive.in
Saturday, December 6, 2025
26.1 C
Bhubaneswar

ପଶ୍ଚିମ ବାଙ୍କୀ ବିଜୁ ଯୁବ ଛାତ୍ର ସଂକଳ୍ପ ସମାରୋହ

କଳାପଥର(ବାଙ୍କୀ): ବିଜେଡି ପକ୍ଷରୁ ପଶ୍ଚିମ ବାଙ୍କୀ ଅଞ୍ଚଳର କାଲିପଇ ପଞ୍ଚାୟତ କନ୍ତକାଇ ଗ୍ରାମସ୍ଥିତ ପଞ୍ଚୁଦୋଳ ପଡ଼ିଆରେ ବିଜୁ ଯୁବ ଛାତ୍ର ସଂକଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ପଞ୍ଚୁଦୋଳ ପଡିଆରେ ଏକ ଶକ୍ତି ସଂଗ୍ରହ ସଭାର ଆୟୋଜନ କରାଯାଇଥିଲା। କାଲିପଇ ସରପଞ୍ଚ ସୁବାସ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାର ବିକାଶ ଧାରାକୁ କର୍ମୀମାନଙ୍କୁ ବୁଝାଇବା ସହିତ ଶକ୍ତି ସଂଗ୍ରହ ଓ ଭୋଟ ଭିକ୍ଷା କରି ଆଶୀର୍ବାଦ ଗ୍ରହଣ କରିଥିଲେ। ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ନିଜ ନିଜର ମତଦାନ କରିବା ପାଇଁ ସଂକଳ୍ପ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ଯେଉଁ ସଂକଳ୍ପ ନେଇଛନ୍ତି, ତାକୁ ପୂରଣ କରିବା ପାଇଁ ବାଙ୍କୀ ବ୍ଲକର ଜନସାଧରଣମାନଙ୍କୁ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଶକ୍ତି ସଂଗ୍ରହ ଓ ଭୋଟ ଭିକ୍ଷା କରିଛନ୍ତି। ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଯୋଗଦାନ କରି ବାଙ୍କୀ ନିର୍ବାଚନ ମଣ୍ଡଳୀରେ ଏଵେ ଯେଉଁ ଉନ୍ନତି ହୋଇଛି କେବଳ ମୁଖମନ୍ତ୍ରୀଙ୍କ ପାଇଁ ଏବଂ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ପାଇଁ ବୋଲି କହିଥିଲେ।  ଏଥର ପୁଣି ଡବଲ ଶଙ୍ଖ ଚିହ୍ନରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବେ ବୋଲି ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, କେନ୍ଦ୍ର ବ୍ୟାଙ୍କ ସଭାପତି ସୁବାସ ପାଢ଼ୀ, ଜିଲା ପରିଷଦ ସଭ୍ୟା ରଶ୍ମିତା ସାହୁ, ଜିଲା ପରିଷଦ ସଭ୍ୟ ସଞ୍ଜୟ କୁମାର ପାତ୍ର, ଆଶିଷ କୁମାର ସାହୁ, ପ୍ରଣବ ପଟେଲ, ବ୍ଲକ ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ଦେବାଶିଷ ସାହୁ, ଜିଲା ସମ୍ପାଦକ ସନାତନ ବେହେରା, ନଗର ଉପସଭାପତି ସନ୍ତୋଷ ରଣା, ବ୍ଲକ ବିଜେଡି ସଭାପତି ଅନନ୍ତ ଚରଣ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କାହ୍ନୁ ସ୍ଵାଇଁ, କେନ୍ଦୁପଲ୍ଲୀ ସରପଞ୍ଚ କାଳୁ ସୁବୁଦ୍ଧି, ବଳଭଦ୍ରପୁର ପୂର୍ବତନ ସରପଞ୍ଚ ବିଜନ କୁମାର ସାହୁ, ସମାଜସେବୀ ସଦାଶିବ ଦାସଙ୍କ ସହିତ ସ୍ଥାନୀୟ ଅଂଚଳର ଶତାଧିକ ବିଜେଡି କର୍ମ୍ମୀ ଉପସ୍ଥିତ ଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories