www.samajalive.in
Friday, December 12, 2025
15.1 C
Bhubaneswar

ପୋଡି ହୋଇ ମହିଳା ମୃତ , ହତ୍ୟା ଅଭିଯୋଗ

କଳାପଥର : ଗୁରୁବାର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ସୁନାଦେଇ ମୁଣ୍ଡିଆ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘର ଭିତରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ମିଳିବା ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ମୁତାବକ ବାଙ୍କୀ ବ୍ଲକ ବୈଦେଶ୍ୱର ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର କହ୍ନେଇ ସାହୁଙ୍କ ଝିଅ ଟୁନି ସାହୁ ୭ବର୍ଷ ପୂର୍ବେ ସୁନାଦେଇପୁର ଶଙ୍କର ସାହୁଙ୍କ ପୁଅ ସନ୍ତୋଷ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତାଙ୍କର ଦୁଇଗୋଟି ସନ୍ତାନ ଥିବା ବେଳେ ଗୁରୁବାର ମୃତ ମହିଳାଙ୍କ ସ୍ୱାମୀ ହଠାତ୍‍ ଝିଅର ପରିବାରବର୍ଗଙ୍କୁ ଫୋନ୍‍ ଯୋଗେ ଝିଅ କେଉଁଆଡେ ପଳାଇଯାଇଥିବା କଥା କହିଥିବା ପରିବାର ଲୋକେ ଗଣାମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି। ପରିବାର ଲୋକେ ଝିଅର ଶ୍ୱଶୁର ଘରକୁ ଆସି ଦେଖିବାରୁ ସ୍ୱାମୀ ଏବଂ ତାର ଦୁଇ ସନ୍ତାନ ତାଲାପକାଇ ଘର ଭିତରେ ଥିବା ବେଳେ ଝିଅ ଘରେ ମରି ପଡିଥିବା ସ୍ୱାମୀ ପ୍ରକାଶ କରିଥିଲେ। ସ୍ୱାମୀ ଜଣକ ଘରର ଚାବି ନ ଖୋଲିବାରୁ ମୃତକ ପରିବାର ପକ୍ଷରୁ ବାଙ୍କୀ ଥାନାକୁ ଖବର ଦିଆଯିବା ପରେ ପୋଲିସ୍‍ ଆସି ଘରର ଚାବି ଖୋଲି ଏକ ରୁମ୍‍ ଭିତରେ ମହିଳାଙ୍କ ପୋଡି ହୋଇଯାଇଥିବା ଶବ ପଡିଥିବା ଦେଖିବାକୁ ପାଇଥିଲେ। ମୃତକ ସ୍ୱାମୀଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ଖାଇପିଇ ସାରିବା ପରେ ସ୍ୱାମୀ ସ୍ତ୍ରୀ ନିଜ ସନ୍ତାନଙ୍କ ସହିତ ଏକ ରୁମ୍‍ରେ ଶୋଇଥିବା ବେଳେ ମୃତକ ଟୁନି ସାହୁ ରାତିରେ ତାଙ୍କ ଅଜାଣତରେ ତାଙ୍କୁ ଏବଂ ଛୁଆଙ୍କୁ ଚାବି ପକାଇ ଦେଇଥିଲେ। ପରେ ଅନ୍ୟଏକ ରୁମ୍‍ରେ କିରୋସିନି ଢାଳି ଆତ୍ମହତ୍ୟା କରିଥିଲେ। ସକାଳୁ ଉଠିବାରୁ ଘର ଚାବି ପଡିଥିବା ବେଳେ ପାଖରେ ସ୍ତ୍ରୀ ନଥିବା ହେତୁ ଆତଙ୍କିତ ହୋଇ ଏକ ଶାବଳ ସାହାଯ୍ୟରେ କବାଟକୁ ତାଟି ବାହାରକୁ ଆସିଥିବା ପୋଲିସକୁ ପ୍ରକାଶ କରିଛନ୍ତି। ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡାଙ୍କ ନେତୃତ୍ୱରେ ଏସ୍‍.ଆଇ. ମାନସ ମିଶ୍ର ଘଟଣା ସ୍ଥଳ ପରିଦର୍ଶନ କରି ସାଇଣ୍ଟିଫିକ୍‍ ଟିମ୍‍କୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‍ ଟିମ୍‍ ସନ୍ଧ୍ୟା ୭ଟା ସମୟରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଝିଅର ମୃତ୍ୟୁ ଘଟଣାକୁ ଝିଅର ବାପା କହ୍ନେଇ ସାହୁ ବାଙ୍କୀ ଥାନାରେ ମଧ୍ୟାହ୍ନରେ ଏକ ଝିଅକୁ ମାରି ଦେଇଥିବା ଅଭିଯୋଗ କରି ଲିଖିତ ଏତଲା ଦେଲାପରେ ବାଙ୍କୀ ପୋଲିସ ୩୨୯/୧୮ ରେ ଧାରା ୪୯୮(କ), ୩୦୪ (ଖ) ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories