www.samajalive.in
Thursday, December 11, 2025
15.1 C
Bhubaneswar

ଟେଷ୍ଟ ମାନ୍ୟତାରେ ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ପ୍ରକାଶିତ ଟେଷ୍ଟ ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ଏଥିସହ ଦ୍ବିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍ ୱିଲିୟମସନ୍‌ଙ୍କ ଠାରୁ ପଏଣ୍ଟରେ କୋହଲି ବହୁ ଆଗକୁ ଚାଲି ଯାଇଛନ୍ତି।
ଆବୁଧାବିରେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ୱିଲିୟମସନ୍‌ ପଏଣ୍ଟ ତାଲିକାରେ କୋହଲିଙ୍କ ନିକଟତର ହୋଇଯାଇଥିଲେ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେ​‌ଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରି କୋହଲି ସଦ୍ୟ ପ୍ରକାଶିତ ବ୍ୟାଟସମ୍ୟାନ୍ ମାନ୍ୟତାରେ ୯୩୪ ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ କେନ୍‌ ୱିଲିୟମସନ୍‌ ୯୧୫ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତୃତୀୟ ସ୍ଥାନରେ ରହିଥିବା ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନିକଟରେ ୮୯୨ ପଏଣ୍ଟ ରହିଛି। ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ୩ଟି ସ୍ଥାନ ଉପରକୁ ଉଠି ୧୫ନଂରେ ରହିଥିବା ବେଳେ ୱିକେଟରକ୍ଷକ ଋଷଭ ପନ୍ତ୍‌ ୧୧ଟି ସ୍ଥାନ ଉପରକୁ ଉଠି ୪୮ନଂରେ ରହିଛନ୍ତି। ହନୁମା ବିହାରୀ ବ୍ୟାଟିଂ ମାନ୍ୟତାରେ ୧୨ଟି ସ୍ଥାନ ଉପରକୁ ଉଠି ୧୧୦ନଂରେ ରହିଥିବା ବେଳେ ବୋଲିଂ ମାନ୍ୟତାରେ ୧୫ଟି ସ୍ଥାନ ଉପରକୁ ଉଠି ୮୪ ଓ ଅଲରାଉଣ୍ଡର ମାନ୍ୟତାରେ ୬୫ନଂରେ ରହିଛନ୍ତି।
ଅନ୍ୟପକ୍ଷରେ ବୋଲିଂ ମାନ୍ୟତାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା ୫ଟି ସ୍ଥାନ ଉପରକୁ ଊଠି ୨୮ନଂରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ୫ଟି ୱିକେଟ୍ ହାସଲ କରିଥିବାରୁ ବୁମରାଙ୍କ ମାନ୍ୟତାରେ ଉନ୍ନତି ଆସିଛି। ଅଷ୍ଟ୍ରେଲିଆର ସ୍ପିନର ନାଥାନ୍ ଲିୟନ୍‌ ୭ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ରହିଥିବା ବେଳେ ହାଜେଲଉଡ୍ ୨ଟି ସ୍ଥାନ ଉପରକୁ ଉଠି ୯ନଂରେ ରହିଛନ୍ତି। ଲିୟନ୍‌ ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ୮ଟ ୱିକେଟ ହାସଲ କରିଥିବା ବେଳେ ହାଜେଲଉଡ୍ ୪ଟି ୱିକେଟ୍‌ ନେଇଥିଲେ। ସେହିପରି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ୨ଟି ସ୍ଥାନ ଉପରକୁ ଉଠି ୨୧ନଂରେ ରହିଥିବା ବେଳେ ଈଶାନ୍ତ ଶର୍ମା ୨୬ନଂରେ ରହିଛନ୍ତି।
ଅଷ୍ଟ୍ରେଲିଆ ଓପନର୍‌ ଉସମାନ୍‌ ଖ୍ବାଆଜା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଇନିଂସରେ ୭୨ ରନ୍‌ ସ୍କୋର କରିଥିବାରୁ ଗୋଟିଏ ସ୍ଥାନ ଉପରକୁ ଉଠି ୧୨ନଂରେ ରହିଥିବା ବେଳେ ସେହି ଦଳର ଅଧିନାୟକ ଟିମ୍‌ ପେନ୍‌ ୯ଟି ସ୍ଥାନ ଉପରକୁ ଉଠି ୪୬ନଂରେ ରହିଛନ୍ତି। ଟ୍ରାଭିସ୍‌ ହେଡ୍‌ ୧୭ଟି ସ୍ଥାନ ଉପରକୁ ଉଠି ୬୩ନଂ​‌େ​ର ରହିଥିବା ବେଳେ ଫିଞ୍ଚ୍‌ ୧୭ଟି ସ୍ଥାନ ଉପରକୁ ଉଠି ୭୨ନଂରେ ରହିଛନ୍ତି।
ଅଲରାଉଣ୍ଡର ମାନ୍ୟତାରେ ଲିୟନ୍‌ ୪ଟି ସ୍ଥାନ ଉପରକୁ ଉଠି ୧୫ରେ ପହଞ୍ଚିଥିବା ବେଳେ ହାଜେଲଉଡ୍‌ ୪ଟି ସ୍ଥାନ ଉପରକୁ ଉଠି ୨୫ ଓ ସାମି ୫ଟି ସ୍ଥାନ ଉପରକୁ ଉଠି ୩୫ନଂରେ ରହିଛନ୍ତି। ବୁମରା ୬ଟି ସ୍ଥାନ ଉପରକୁ ଉଠି ୯୯ନଂରେ ରହିଛନ୍ତି।
ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ପରେ ଏହି ଦୁଇ ଦେଶର କେତେକ ଖେଳାଳିଙ୍କ ମାନ୍ୟତାରେ ପରିବର୍ତ୍ତନ ଆସିଛି। ଏହି ମ୍ୟାଚ୍‌ରେ ୮ଟି ୱିକେଟ୍‌ ହାସଲ କରିଥିବା ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍‌ ସାଉଦି ୪ଟି ସ୍ଥାନ ଉପରକୁ ଉଠି ୧୧ନଂରେ ରହିଥିବା ବେଳେ ଶ୍ରୀଲଙ୍କାର ଲାହିରୁ କୁମାରା ୪ଟି ସ୍ଥାନ ଉପରକୁ ଉଠି ୪୪ନଂରେ ରହିଛନ୍ତି। ଏହି ମ୍ୟାଚ୍‌ରେ ଶତକ ହାସଲ କରିଥିବା ଶ୍ରୀଲଙ୍କାର ଦୁଇ ବ୍ୟାଟସମ୍ୟାନ୍‌ ଆଞ୍ଜେଲୋ ମ୍ୟାଥୁସ୍ ଓ କୁଶଳ ମେଣ୍ଡିସ୍‌ଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଆସିଛି। ମ୍ୟାଥୁସ୍‌ ୮ଟି ସ୍ଥାନ ଉପରକୁ ଉଠି ୧୬ନଂରେ ରହିଥିବା ବେଳେ କୁଶଳ ୧୮ନଂରେ ରହିଛନ୍ତି। ନିରୋସାନ୍‌ ଡିକୱେଲା ୯ଟି ସ୍ଥାନ ଉପରକୁ ଉଠି ୪୦ନଂରେ ରହିଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅପରାଜିତ ୨୬୪ ରନ୍ ସ୍କୋର କରିଥିବା ନ୍ୟୁଜିଲାଣ୍ଡର ଟମ୍ ଲାଥାମ୍‌ ୧୫ଟି ସ୍ଥାନ ଉପରକୁ ଉଠି ୨୨ନଂରେ ରହିଛନ୍ତି। ଅଲରାଉଣ୍ଡର ମାନ୍ୟତାରେ ମ୍ୟାଥୁସ୍‌ ୪୨ନଂରେ ରହିଥିବା ବେଳେ ଧନଞ୍ଜୟ ଡି’ସିଲଭା ୧୩ଟି ସ୍ଥାନ ଉପରକୁ ଉଠି ୫୬ନଂରେ ରହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories