ଲଳିତା ଚାଷ କରି ଲାଭବାନର ଆଶା ରଖିଛନ୍ତି ଚାଷୀ 

କଳାପଥର(ବାଙ୍କୀ):ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଚଳଚଞ୍ଚଳ ଏବେ ଗାଁରୁ ସହର। ଦୀପାବଳିରେ ପ୍ରମୁଖ ଭୂମିକା ରହିଥାଏ କାଉଁରିଆ କାଠି। ଏବେଠୁ  ବାଙ୍କି ଅଞ୍ଚଳର ଲଳିତା ଚାଷୀମାନେ ଜୋର ସୋରରେ ଲାଗି ପଡ଼ିଛନ୍ତି କାଉଁରିଆ ସଜାଡିବାରେ. ଆଶା ରଖିଛନ୍ତି ଆଲୋକର ଏ ଦୀପାବଳି ପର୍ବରେ ଦୁଇ ପଇସା ଲାଭବାନ ହେବେ। ଦେଖନ୍ତୁ ଟିକେ ଭଲ କରି କଟକ ଜିଲା ବାଙ୍କୀ ଅଂଚଳର ଏ ଲଳିତା ଚାଷୀଙ୍କୁ।
ଯାହାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଆସୁଥିବା ଦୀପାବଳିରେ ପ୍ରତ୍ୟକ ଲୋକ ନିଜ ପରିବାରର ମଙ୍ଗଳ କାମନା ପାଇଁ  ବଡ଼ ବାଡ଼ୁଅ ଡାକନ୍ତି ଆଉ ଗୋଟିଏ ଲୋକ ଗୀତ ବୋଲନ୍ତି ଗଙ୍ଗା ଯାଆ ଗୟା ଯାଆ ବାଇଶି ପାହାଚେ ଗଡ଼ ଗଡ଼ଉ ଥାଆ, ଅନ୍ଧାରର ଆସି ଆଲୁୟେ ଯାଆ ଆମକୁ ଆମ୍ବୃତ ଦୃଷ୍ଟିରେ ଚାହିଁ ଥାଅ। ଯାହା ପାଇଁ ଆବଶ୍ୟକତା ହୋଇଥାଏ କାଉଁରିଆ କାଠି। ଯେଉଁଥିପାଇଁ ପ୍ରତ୍ୟକ ବର୍ଷ ଭଳି ଏ ଚଳିତ ବର୍ଷ ମଧ୍ୟ ଲଳିତା ଚାଷ କରି ବେଶ ଦୁଇ ପଇସା ଲାଭବାନ ହେବାର ଆଶା ରଖିଛନ୍ତି  ଲଳିତା ଚାଷୀ। ଲଳିତା ଗଛରୁ କାଉଁରିଆ ଏବଂ ଝୋଟ ହୋଇଥାଏ ପ୍ରସ୍ତୁତ।
ଏଠାକାର ଚାଷୀ ମାନେ ଏହି ଚାଷ ଆରମ୍ଭ କରିଥାନ୍ତି ଜ୍ୟଷ୍ଠ ମାସରୁ। ପ୍ରଥମେ ଲଳିତା ମଞ୍ଜି ବୁଣିବା ପରେ  ଗଛ ବଡ଼ ହେବା। ତାହାକୁ ଭାଦ୍ରବ ମାସରେ କାଟି ୨୦ ଦିନ ପାଣି ଭିତରେ ବୁଡ଼ାଇ ରଖିବା ପରେ ଯାଇ ଚାଷିମାନେ ପାଇଥାନ୍ତି ଏହାର ସୁଫଳ। ଏହା ପାଇଁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥାଏ। ପାଣି ମଧ୍ୟରେ ପଡି ରହିଥିବା ଲଳିତା ଗଛ ରୁ କାଉଁରିଆ ସହିତ ଝୋଟ ଅଲଗା ଅଲଗା କରୁଛନ୍ତି ଚାଷୀ । ପରିଶ୍ରମ କାମ କିନ୍ତୁ ଏହା ମଧ୍ୟ ଚାଷିଙ୍କର ବର୍ଷ କର ଦାନାପାଣି କଥା । ଏଠାକାର ଲଳିତା ଚାଷିମାନେ ଅନେଇ ବସିଥାନ୍ତି କାର୍ତ୍ତିକ ମାସକୁ ଏହି ମାସରେ ଲଳିତା ଚାଷିମାନେ ଲାଗିପଡ଼ନ୍ତି କାଉଁରିଆ ପ୍ରସ୍ତୁତିରେ.ଆଶା ରଖିଛନ୍ତି ଦୁଇ ପଇସା ହେବେ ଲାଭବାନ।
ଏବେ ଯେତିକି ଯେତିକି ଦୀପାବଳି ର ଏ ପର୍ବ ପାଖେଇ ପାଖେଇ ଆସୁଛି ବେଶ ଚଳଚଞ୍ଚଳ ରହିଛନ୍ତି ଏଠାକାର ଲଳିତା ଚାଷୀ. ଏବେ ଘରେ ଆଗରେ ପଡିଆ ସ୍ଥାନ କାଉଁରିଆ ଶୁଖା ହେଇଛି, ଝୋଟ ମଧ୍ୟ ଶୁଖା ଜାଇଛି । ଏହା ସହିତ କାଉଁରିଆ ବିଡା ମଧ୍ୟ ଘରେ ଘରେ ବନ୍ଧା ଚାଲିଛି। ଏ ଚିତ୍ର ବାଙ୍କି  ବିଲ୍ଲିପଡା, ହରିରାଜପୁର, ଶିମିଳିପୁର, ତାଳବସ୍ତ,  ଦୁଲଣାପୁର  ଅଞ୍ଚଳର । ଏଠାକାର ଶହ ଶହ ଚାଷି ଏବଂ ତାଙ୍କ ପରିବାର ଲାଗିପଡ଼ିଛନ୍ତି ପ୍ରସ୍ତୁତିରେ ।
ପ୍ରାୟତଃ ଏଠାକାର ଚାଷ ଜମି ଗୁଡିକ ଖତୁଆମାଟି ହୋଇଥିବାରୁ  ଲଳିତା ଚାଷ ଭଲ ହୋଇଥାଏ ବୋଲି ଚାଷୀ କୁହନ୍ତି , ଯେଉଁଥିପାଇଁ କଟକ ଜିଲ୍ଲାର ବାଙ୍କି ଅଞ୍ଚଳର କାଉଁରିଆ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ରପ୍ତାନି ହୋଇଥାଏ। ଚଳିତ ବର୍ଷ ଅମଳ ଭଲ ଆସିଛି ଆଉ ଭଲ ବ୍ୟବସାୟ ହେବ ଆଉ ଦୁଇ ପଇସା ଚାଷୀ ଲାଭ ବାନ ହେବାର ଆଶା ରଖିଛି।  ଅନ୍ୟପଟେ ଯଦି ପ୍ରଶାସନିକ ସ୍ତରରେ ଆଉ କିଛି ପ୍ରୋତ୍ସାହନ ଯୋଗାଇ ଦିଆଯାନ୍ତା ତେବେ ଏ ଚାଷକୁ ଆଗକୁ ବଢ଼ି ପାରିବ ବୋଲି ଚାଷୀ ଦିଜବର ରାଉତ  କହିଛନ୍ତି।

Comments are closed.