ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ ବିଧାୟକ
ନୀଳଗିରି : ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବାତ୍ୟା ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ଘରଦ୍ୱାର ଭାଙ୍ଗି, ଚାଷ ଜମି ଉଜୁଡ଼ି ନିର୍ବାଚନ ମଣ୍ଡଳୀରେ ବ୍ୟାପକ କ୍ଷତି ଘଟିଥିବା ନେଇ ବିଧାୟକ ଖଟୁଆ ଦୁଃଖ ପ୍ରକାଶ କରିଛନ୍ତି । ଏ ବାବଦରେ ସେ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ମଧ୍ୟ କରି ସାରିଛନ୍ତି । ତୁରନ୍ତ ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ଆଜି ବିଧାୟକ ଔପଦା ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତର ବିଭିନ୍ନ ବୁଥ ବୁଲି ବାତ୍ୟା ସମୀକ୍ଷା କରିଥିଲେ । ସ୍ଥାନୀୟ ରାଇସିଣିଆ ଓ ସାପୁଆ ନଦୀର ପୁନରୁଦ୍ଧାର ଏବଂ ଗାର୍ଡ଼ୱାଲ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛି ।
Comments are closed.