www.samajalive.in
Tuesday, December 9, 2025
16.1 C
Bhubaneswar

ଗାଁ ସଫେଇ କରି ସ୍ୱଚ୍ଛ ପରିବେଶ ପାଇଁ ଶପଥ ନେଲେ ଗ୍ରାମବାସୀ

କଲମପୁର : କଲମପୁର ବ୍ଲକ ପରୁଆଗୁଡା ସ୍ଥିତ ବିଜୟ କ୍ଲବ ଆନୁକୂଲ୍ୟରେ ସମସ୍ତ ସଦସ୍ୟ ତଥା ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ଗ୍ରାମର ସମସ୍ତ ପରିବାରର ସଦସ୍ୟ ଉପସ୍ଥିତ ରହି ପରିବେଶ ଦୁଷିତ ଓ ତାର ନିରାକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏଥିରେ କ୍ଲବର ସଭାପତି ପ୍ରବୀଣ କୁମାର ପଣ୍ଡା, ଉପସଭାପତି ସୀତାକନ୍ତ ବାଗ, ସମ୍ପାଦକ ଶରତ ଚନ୍ଦ୍ର ମାଝୀ ଓ ଉପଦେଷ୍ଟା ବାଞ୍ଛାନିଧି ପଣ୍ଡାଙ୍କ ନେତୃତ୍ୱରେ କ୍ଲବର ପ୍ରମୁଖ ସଦସ୍ୟ ରବିନ କୁମାର ପଣ୍ଡା, ଯୈାବନ ନାଏକ, ରୁପଧର ନାଏକ, ତପନ କୁମାର ପଟେଲ ପ୍ରମୁଖ ସଦସ୍ୟ ଗ୍ରାମର ସମସ୍ତ ସାର୍ବଜନୀନ ସ୍ଥାନ ସମେତ ରାସ୍ତାର ଉଭୟ ପାର୍ଶ୍ବକୁ ସଫେଇ କରିଥିଲେ। ପ୍ରତ୍ୟେକ ପରିବାର ଏଥିପ୍ରତି ଯେମିତି ଆଗାମି ଦିନରେ ସଚେତନ ରହିବେ ଘରର ଅଳିଆକୁ ଏକ ଅଳିଆକୁଣ୍ଡରେ ଫିଙ୍ଗିବେ ସେଥିପାଇ ଯତ୍ନବାନ ହେବାପାଇଁ ସଚେତନ କରିଥିଲେ। ଏହାସହ ମଳମୁକ୍ତ ଗ୍ରାମ ଗଠନ ପାଇଁ ଶପଥ ନେଇଥିଲେ। କ୍ଲବ ସଦସ୍ୟଙ୍କ ଏଭଳି ପଦକ୍ଷେପକୁ ଗ୍ରାମବାସୀ ପ୍ରଶଂସା କରିଥିଲେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories