କଲମପୁର: ଖଣି ଖନନ ନାଁରେ ପ୍ରଭାବିତ ହେଉଛି ଆଦିବାସୀଙ୍କ ଜୀବନ ଜିବୀକା। ଲୋପ ପାଇ ଯାଉଛନ୍ତି ଅନେକ ଜନଜାତି। ଆଦିବାସୀ ଜୀବନ ଜିବୀକା ପ୍ରଭାବିତ ହେଲେ ଆଦିବାସୀ କଦାପି ନିରବ ରହିବ ନାହିଁ। ଏହି ଜଙ୍ଗଲ ହେଉଛି ସେମାନଙ୍କ ମା ଓ ବାପା। ଏହି ଜଙ୍ଗଲର ଝରଣା ପାଣି ପିଇ ସେମାନେ ଜିଉଁଛନ୍ତି। ସେମାନଙ୍କ ଖାଦ୍ୟ ହେଉଛି ଏହି ଜଙ୍ଗଲିଜାତ ଫଳ ଓ ମୂଳ। ସେମାନେ ଗଙ୍ଗ କେଉଁଠାରେ ବହେ ଜାଣନ୍ତି ନାହିଁ ସେମାନଙ୍କ ପାଇଁ ଗଙ୍ଗା ହେଉଛି ଏହି ଜଙ୍ଗଲରୁ ପ୍ରବାହିତ ଝରଣା। ଆଉ ପାହାଡ ଶିଖର ହେଉଛି ସେମାନଙ୍କ ପାଇଁ ସ୍ୱାର୍ଗ। ତେଣୁ ଏହାର କ୍ଷତି କୁ କଦାପି ଆଦିବାସୀ ବରଦାସ୍ତ କରିବେ ନାହିଁ। ହୁଏତ ଏଥିପାଇଁ ଜୀବନ ଦେବାକୁ ପଡେ ତେବେ ମଧ୍ୟ ପଛେଇବେ ନାହିଁ। ଏଭଳି ଏକ ନିଷ୍ପତି ନେଇଛନ୍ତି ଖଣ୍ଡୁଆଳ ମାଳି ଅଂଚଳରେ ବସବାସ କରୁଥିବା ନିରୀହ ଆଦିବାସୀ।
ଖଣ୍ଡୁଆଳ ମାଳି ବକ୍ସାଇଟ ଖଣି ଖନନ ପାଇଁ ସରକାର ନିଷ୍ପତି ନେଇଛନ୍ତି। ଏହି ଖଣି ଖନନ ବିରୋଧରେ ଆଦିବାସୀ ଏବେ ନିଜର ଶକ୍ତି ଜୁଟାଉଛନ୍ତି। ନିକଟରେ ଏଥିପାଇଁ ଏକ ୬ କିଲୋମିଟର ଧରି ଏକ ବିରାଟ ମାନବ ଶୃଙ୍ଖଳ ପ୍ରଦର୍ସନ କରାଯାଇଥିଲା। ଗତ ଦୁଇ ଦିନ ଧରି ଖଣ୍ଡୁାଳ ମାଳି ପ୍ରଭାବିତ ଅଂଚଳର ବିଭିନ୍ନ ଗ୍ରାମରେ ଖଣ୍ଡୁଆଳ ସୁରକ୍ଷା ସମିତି ତରଫରୁ ବୈଠକ ମାନ ଅନୁଷ୍ଠିତ ହେଇଥିଲା। ଏଥିରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଲିଙ୍ଗରାଜ ଆଜାଦ ଭଳି ବିପ୍ଳବୀ ଙ୍କ ସମେତ ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସମସ୍ତ କର୍ମକର୍ତା ଓ ଅଂଚଳର ବହୁ ବ୍ୟକ୍ତି ମାନେ ଯୋଗଦେଇ ଖଣ୍ଡୁଆଳ ମାଳି ଖଣି ଖନନ କୁ ବିରୋଧ କିବା ସହ କୌଣସି ପରିସ୍ଥିତିରେ ବହୁ ରାଷ୍ଟ୍ରିୟ କମ୍ପାନୀ ହାତରେ ମାଳିକୁ ଟେକି ଦିଆଯିବ ନାହିଁ ବୋଲି ଶପଥ ନେଇଛନ୍ତି।



