ସିଙ୍ଗାରୀ ଘାଟିରେ ଯୁବକଙ୍କ ଠାରୁ ଟଙ୍କା ଲୁଟ, କଲମପୁର ଥାନାରେ ଅଭିଯୋଗ

କଲମପୁର : ରବିବାର କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ଠାରେ ଦୁଇ ଜଣ ଯୁବକ ଲୁଟର ଶିକାର ହେଇଛନ୍ତି। ଦୁଇ ଜଣ ଦୁର୍ବୁତ ସେମାନଙ୍କ ଠାରୁ କିଛି ଟଙ୍କା ଛଡାଇ ନେଇଥିବା କଲମପୁର ଥାନାରେ ଅଭିଯୋଗ ହେବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। କଲମପୁର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ଥୁଆମୁଳ ରାମପୁର ପୁଲିସ ଥାନା ଅଧିନସ୍ଥ ଟେଭାକଲମ ଗ୍ରାମର ବିଶିକେଶନ ମାଝୀ ଏବଂ ବିଦ୍ୟାଧର ମାଝୀ ନାମକ ଦୁଇ ଯୁବକ ଏକ ବାଇକ ଯୋଗେ କିଛି ସାମଗ୍ରୀ ଖରିଦ କରିବା ପାଇଁ ସିଙ୍ଗାରୀ ଘାଟି ରାସ୍ତା ଦେଇ ଦିନ ସାଢେ ଗୋଟାଏ ବେଳେ କଲମପୁର ଆସୁଥିଲେ।

ଏହି ସମୟରେ ଅନ୍ୟ ଏକ ବାଇକରେ ଥିବା ଦୁଇ ଦୁର୍ବୁତ ସେମାନଙ୍କୁ ଅନୁସରଣ କରିଥିଲେ। ଏହାସହ ଘାଟି ମଧ୍ୟରେ ଦୁଇ ଯୁବକଙ୍କୁ ଅତିକ୍ରମ କରି ଆଗକୁ ଯାଇ ଅଟକାଇ ଛୁରିରେ ଭୁଷି ଦେବୁ କହି ପ୍ରଥମେ ଗାଡି ·ବି ସହ ମୋବାଇଲ ଦୁଇଟି ଛଡାଇ ନେଇ ସୁଇଚ ଅପ କରି ଦେଇଥିଲେ। ଏହାପରେ ସମାନଙ୍କ ଠାରୁ କିଛି ଟଙ୍କା ଛଡାଇ ନେବା ପରେ ଗାଡି ·ବି ଏବଂ ମୋବାଇଲ ଫେରାଇ ଦେଇ ଦୁର୍ବୁତମାନେ ଘଟଣା ସ୍ଥଳରୁ ଫେରାର ମାରିଥିବା କଲମପୁର ଥାନାରେ ଅଭିଯୋଗ କରାଯାଇଛି। ଏନେଇ କଲମପୁର ପୁଲିସ ସୂଚନା ପାଇବା ପରେ ଏସ.ଆଇ ଡୋଳାମଣି ବିଶି ଘଟଣା ସ୍ଥଳ ପରିଦର୍ଶନ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଅନେକ ସମୟରେ ସିଙ୍ଗାରୀ ଘାଟି ରାସ୍ତାରେ ଏଭଳି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ଲାଗି ରହିଛି। ଏପରିକି ଅନେକ ସମୟରେ ଏହି ରାସ୍ତା ଦେଇ ଚୋରା ଗଞ୍ଜେଇ ବେପାରୀ ନିର୍ବିଘ୍ନରେ ଗଞ୍ଜେଇ ଚୋରା ·ଲାଣ କରୁଛନ୍ତି। ଅନ୍ୟପଟେ ଥୁଆମୁଳ ରାମପୁର ଥାନାରେ ସୁରକ୍ଷା ବାହିନୀ ନିୟୋଜିତ ଥିଲେ ମଧ୍ୟ ଘାଟି ରାସ୍ତାରେ ତନଖି କରାଯାଉନଥିବାରୁ ଏଭଳି ଅସାମାଜିକତତ୍ୱଙ୍କ ପ୍ରଭାବ ବୃଦ୍ଧି ପାଉଛି। ଆଗାମୀ ଦିନରେ ଏହି ରାସ୍ତାରେ ପେଟ୍ରୋଲିଂ ବ୍ୟବସ୍ତା ପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.