www.samajalive.in
Saturday, December 13, 2025
18.1 C
Bhubaneswar

ବନ୍ଧକନା କେନାଲରୁ ମାଟି ଖୋଳିବା ବେଳେ ଉଦ୍ଧାର ହେଲା ପ୍ରସ୍ତର ନିର୍ମିତ ବୃଷଭ ମୂର୍ତ୍ତି, କେନ୍ଦୁଗୁଡା ଶିବ ମନ୍ଦିରରେ ସ୍ଥାପନ

କଲମପୁର: କଲମପୁର ଥାନା ଅନ୍ତର୍ଗତ ବନ୍ଧକନା ଠାରେ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରୁ ମାଟି ଖୋଳୁଥିବା ବେଳେ ଏକ ପଥରର ବୃଷଭ ମୂର୍ତ୍ତି ଉଦ୍ଧାର ହେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଏହି ଖବର ପ୍ରଚାରିତ ହେବା ପରେ ପଥରର ବୃଷଭ ମୂର୍ତ୍ତି ଉଦ୍ଧାର ହେଇଥିବା ସ୍ଥାନରେ ଲୋକଙ୍କ ଗହଳି ଲାଗିଥିଲା। ଏହାପରେ ଉଦ୍ଧାର ହେଇଥିବା ବୃଷଭଙ୍କ ମୂର୍ତ୍ତିକୁ ଏକ ଶୋଭାଯାତ୍ରାରେ ନେଇ ବ୍ରାହ୍ମଣ କେନ୍ଦୁଗୁଡା ଶିବ ମନ୍ଦିରରେ ସ୍ଥାପନ କରାଯାଇଛି।

ସୂଚନା ଅନୁସାରେ ବର୍ତ୍ତମାନ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ମରାମତି କାର୍ଯ୍ୟ ଜାରି ରହିଛି। ଗୁରୁବାର ସକାଳୁ ଏକ ଜେସିପି ସହାୟତାରେ କେନାଲ କଡରେ ଥିବା ଅଭିମନ୍ୟୁ ପାଢୀଙ୍କ ଚାଷ ଜମି ନିକଟରେ ମାଟି ଖୋଳାଯାଉଥିଲା। ସେହି ମାଟିକୁ କେନାଲର ହୁଡାରେ ଦିଆ ଯାଉଥିବା ବେଳେ ଏକ ଧଳା ମୁଗୁନି ପଥରର ବୃଷଭ ମୂର୍ତ୍ତି ଥିବା ଦେଖିଥିଲେ ଜମି ମାଲିକ ଅଭିମନ୍ୟୁ ପାଢୀ। ତୁରନ୍ତ ଉକ୍ତ ବୃଷଭ ମୂର୍ତିକୁ ଉଦ୍ଧ।ର କରି ପରିବାର ସମେତ ଗାଁ ଲୋକଙ୍କୁ ସୂଚନା ଦେଇଥିଲେ।

- Advertisement -

ଏହି ଖବର ପ୍ରଚାରିତ ହେବା ପରେ ଅଂଚଳର ବହୁ ଲୋକ ମୂର୍ତି ଉଦ୍ଧାର ହେଇଥିବା ସ୍ଥ।।ନରେ ପହଂଚିଥିଲେ। ସେଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହେଇଥିଲା। ସୂଚନା ଅନୁସାରେ କଲମପୁର ଥାନା ଅଧିନସ୍ତ ଦେବଗିରୀ ପାହାଡ ପାଦଦେଶରେ ଥିବା ଦେପୁର ଏବଂ ବନ୍ଧକନା ସମେତ ବଡକୁଟୃ ଇଟେଇ ପାହାଡ ଆଦି ଅଂଚଳ ପ୍ରାଗ୍ ଐତିହାସିକ ସମୟରେ ଜନ ବସତି ଥିଲା ବୋଲି ଐତିହାସିକ ମାନେ ମତ ଦେଇଥାନ୍ତି। ତେଣୁ ବୃଷଭ ମୂର୍ତ୍ତି ଉଦ୍ଧାର ହେଇଥିବା ସ୍ଥାନରେ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଗବେଷଣା କରାଗଲେ ଅଧିକ ତଥ୍ୟ ଜଣା ପଡିବ।

ଏନେଇ କଳାହାଣ୍ଡି ଜିଲାର ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମାଶଙ୍କର କରଙ୍କ ସର୍ଧଳା ମୁଗୁନୀ ପଥରର ବୃଷଭ ମୂର୍ତି ଉଦ୍ଧାର ନେଇ ଯୋଗାଯୋଗ କରାଯାଇଥିଲା। ଏହି ମୂର୍ତ୍ତି ଶହେ ବର୍ଷ ପୂର୍ବର ଏବଂ କୌଣସି ସମ୍ଭ୍ରାନ୍ତ ପରିବାର ଦ୍ୱାରା ପୂଜିତ ହେଇଥିବା ଶିବଙ୍କ ବୃଷଭ ବୋଲି ମତବ୍ୟକ୍ତ କରିଛନ୍ତି। ଏହି କଳାହାଣ୍ଡି କାରୁଣ୍ଡ ମଣ୍ଡଳ ଗୋସିଂହ ଦ୍ୱାରା ଶାସିତ ହେଉଥିଲା। ଗୋସିଂହ ଶିବ ଭକ୍ତ ତେଣୁ ସେହି ସମୟର ପଥର ମୂର୍ତ୍ତି ବୋଲି ଅନ୍ୟ କିଛି ମୁରବୀ ଶ୍ରେଣୀ ବ୍ୟକ୍ତି ବିଶେଷ ମତବ୍ୟକ୍ତ କରିଛନ୍ତି।

Hot this week

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

Related Articles

Popular Categories