www.samajalive.in
Sunday, December 14, 2025
14.1 C
Bhubaneswar

‘ସମାଜ’ ପ୍ରଭାବ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହେଲେ ଦୃଷ୍ଟିବାଧିତ ବ୍ୟକ୍ତି

କଲମପୁର: ଜଣେ ଦୃଷ୍ଟି ବାଧିତ ବ୍ୟକ୍ତିଙ୍କ ଅଧିକ ଚିକିତ୍ସା ପାଇଁ ବ୍ଲକ ପ୍ରଶାସନ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସହଯୋଗ କରାଯାଇଛି। ଶୁକ୍ରବାର ଭାଟିଗାଁରୁ ଏକ ଆମ୍ବୁଲାନ୍ସ ସହାୟତାରେ ଉକ୍ତ ବ୍ୟକ୍ତିଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଏବଂ ଏହାର ପରବର୍ତ୍ତି ସମୟରେ ଅଧିକ ଚିକିତ୍ସାର ଆବଶ୍ୟକତା ଥିବା ଯୋଗୁଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ଭାଟିଗାଁର ଗିରିଧାରୀ ପରାଭୋଇ ନାମକ ବ୍ୟକ୍ତିଙ୍କର କୌଣସି କାରଣରୁ ଏକ ଆଖି ଖରାପ ହୋଇଥିଲା। ଏହାର ଚିକିତ୍ସା ପାଇଁ କଲମପୁରଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଲେପ୍ରା ଇଣ୍ଡିଆ ଓ ଜଗନ୍ନାଥ ନେତ୍ରାଳୟ ଭଳି ବିଭିନ୍ନ ସ୍ଥାନରେ ଚିକିତ୍ସା କରାଇଥିଲେ ମଧ୍ୟ ଦୃଷ୍ଟି ଶକ୍ତି ଫେରିବା ବଦଳରେ ଅଧିକ ଖରାପ ହୋଇଥିଲା। ଦୃଷ୍ଟି ଶକ୍ତି ହରାଇବା ଯୋଗୁଁ ସେ କାର୍ଯ୍ୟ କରିବାର କ୍ଷମତା ହରାଇଥିଲେ। ବାପାଙ୍କ ଏଭଳି ଅବସ୍ଥା ଯୋଗୁଁ ପରିବାର ପ୍ରତିପୋଷଣ ଏବଂ ବାପାଙ୍କ ସେବାଯତ୍ନ ପାଇଁ ଝିଅ ଚଞ୍ଚଳା ନିଜ ପାଠ ପଢ଼ାରେ ଡୋରି ବାନ୍ଧିବା ପାଇଁ ବାଧ୍ୟ ହୋଇଥିଲା। ଏ ସମ୍ବନ୍ଧୀୟ ଖବର ‘ସମାଜ’ ଖବର କାଗଜରେ ପ୍ରକାଶିତ ହେବା ପରେ କିଛି ବଦାନ୍ୟ ବ୍ୟକ୍ତି ସମ୍ପୃକ୍ତ ଦୃଷ୍ଟିବାଧିତଙ୍କ ଚିକିତ୍ସା ସହ ଝିଅ ଚଂଚଳାକୁ ପାଠ ପଢ଼ାଇବା ନେଇ ଆଗ୍ରହ ପ୍ରକାଶ କରିଥିଲେ। ଏପରିକି ଏହି ଅସହାୟ ପରିବାରକୁ ସରକାରୀ ସୁବିଧା ଓ ଚିକିତ୍ସା କରାଇବା ନେଇ ଟ୍ୱିଟର ମାଧ୍ୟମରେ ବରଗଡ଼ ପାଇକମାଲ ଅଂଚଳର ସମାଜସେବୀ ଦୀପା ବାରିକ, କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ପ୍ରମୁଖ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ଏନେଇ ସୂଚନା ପାଇବା ପରେ ବ୍ଲକ ପ୍ରଶାସନ ତରଫରୁ ବିଡିଓ ବିଜୟ କୁମାର ମାଡାଙ୍ଗି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଟିମ ତରଫରୁ ଦୃଷ୍ଟି ବାଧିତ ଗିରିଧାରୀଙ୍କ ପରିବାରକୁ ସାକ୍ଷାତ କରି ଅଧିକ ଚିକିତ୍ସା ପାଇଁ ପ୍ରତିଶୃତି ଦେଇଥିଲେ।

- Advertisement -

ଶେଷ ଖବର ସୁଦ୍ଧା ସମ୍ପୃକ୍ତ ଦୃଷ୍ଟି ବାଧିତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କିନ୍ତୁ କୌଣସି ଚିକିତ୍ସା କରିବା ପରିବର୍ତ୍ତେ ସେଠାକାର ଡାକ୍ତର ପୁଣି ୫ଦିନ ପରେ ଚକ୍ଷୁ ପରୀକ୍ଷା କରାଯିବା ନେଇ କହିବା ସହ ଫେରାଇ ଦେଇଥିଲେ, ଯେଉଁଥିପାଇଁ ନିରାଶ ହୋଇ ଫେରୁଥିବା ସୂଚନା ଦେଇଛନ୍ତି ଦୃଷ୍ଟି ବାଧିତଙ୍କ ଝିଅ ଚଂଚଳା।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories