www.samajalive.in
Sunday, December 14, 2025
26.1 C
Bhubaneswar

ସିସୋଦିଆଙ୍କୁ ୭ ଦିନିଆ ଇଡି ହେପାଜତକୁ ପଠାଇଲେ କୋର୍ଟ

ଡେସ୍କ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ୭ ଦିନିଆ ହେପାଜତରେ ନେବାକୁ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି। ସେ ମାର୍ଚ୍ଚ ୧୭ ଯାଏଁ ଇଡି ହେପାଜତରେ ରହିବେ। ଆଜି ସିସୋଦିଆଙ୍କ ୧୦ ଦିନିଆ ହେପାଜତ ମିଆଦ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟର ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଗତକାଲି ସିସୋଦିଆଙ୍କୁ ତିହାର ଜେଲରେ ପଚରାଉଚୁରା ପରେ ଗିରଫ କରାଯାଇ ଥିଲା ଓ ଆଜି କୋର୍ଟରେ ହାଜର କରାଯାଇଥିଲା।

ଶୁଣାଣି ସମୟରେ ସିସୋଦିଆଙ୍କ ଓକିଲ ଦୟାନ କୃଷ୍ଣନ୍ ମନୀଷ ଇଡିର ୧୦ ଦିନିଆ ହେପାଜତ ଆବେଦନକୁ ବିରୋଧ କରିଥିଲେ। ଇଡି କହିଥିଲା ଯେ ଏହି ମାମଲା ପଛରେ ଥିବା ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପାଇଁ ଏ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ, ତାହା ଜାଣିବା ପାଇଁ ସିସୋଦିଆଙ୍କୁ ପଚରାଉଚରା କରିବାକୁ ୧୦ ଦିନିଆ ହେପାଜତ ଆବଶ୍ୟକ।

- Advertisement -

ଇଡି କୋର୍ଟଙ୍କୁ କହିଛନ୍ତି ଯେ ମନୀଷ ସିସୋଦିଆ ଅନ୍ୟ ଲୋକଙ୍କ ନାମରେ ସିମ୍ କାର୍ଡ ଏବଂ ମୋବାଇଲ୍ ଫୋନ୍ କିଣିଛନ୍ତି। ଅବକାରୀ ନୀତି ଗଠନ ପଛରେ ଏକ ଷଡଯନ୍ତ୍ର ହୋଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories