୩ ଅପରିଚିତ ଯୁବକଙ୍କୁ ଧରି ପୁଲିସର ଜିମା ଦେଲେ କୋଟାଗାଁ ଗ୍ରାମବାସୀ

କଲମପୁର: ସୋମବାର ବିଳମ୍ବିତ ରାତିରେ କୋଟାଗାଁ ଯୁବକମାନେ ରାତିରେ ପହରା ଦେଉଥିବା ବେଳେ ଛତିଶଗଡ ନମ୍ବର ଥିବା ଏକ ମଟରସାଇକଲ ଯୋଗେ ୩ ଜଣ ଯୁବକ ଗାଁ ଭିତରକୁ ପଶି ଆସିଥିଲେ। ଗ୍ରାମର ଯୁବକମାନେ ସମ୍ପୃକ୍ତ ୩ ଅପରିଚିତ ଯୁବକଙ୍କୁ ଅଟକାଇ ସ୍ଥାନୀୟ ସରପଞ୍ଚ ଚନ୍ଦନ ପଣ୍ଡାଙ୍କ ସହ ଯୋଗାଯୋଗ କରିଥିଲେ। ସରପଞ୍ଚ ଶ୍ରୀ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ବଡକୁଟ୍ରୁ ପୁଲିସ ଫାଣ୍ଡି ଅଧିକାରୀଙ୍କ ସମେତ ଜୟପାଟଣା ଥାନା ଅଧିକାରୀଙ୍କୁ ଘଟଣା ସମ୍ବନ୍ଧରେ ଜଣାଇଥିଲେ। ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ, ଏସଆଇ ବିନୟ ବାରା, ବଡକୁଟ୍ରୁ ଫାଣ୍ଡି ଅଧିକାରୀ ବିପିନ କୁଲଦୀପ ସାୱନ୍ତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ୩ ଯୁବକଙ୍କୁ ଜିମାକୁ ନେଇଥିଲେ। ପଚରାଉଚୁରାବେଳେ ଉକ୍ତ ୩ଜଣ ଯୁବକଙ୍କ ପରିଚୟ ମିଳିଥିଲା। ସେମାନେ ପଡୋଶୀ ନବରଙ୍ଗପୁର ଜିଲା ଝରିଗାଁ ଅଞ୍ଚଳର ବୋଲି କହିଥିଲେ। ଏହି ଯୁବକମାନେ ଘର ପୁଟି ଓ ରଙ୍ଗ କାମରେ ନିୟୋଜିତ ହେଇ କାମ କରୁଥିବା ପ୍ରକାଶ କରିଥିଲେ। ସେମାନେ କୌଣସି ଅପରାଧିକ କାର୍ଯରେ ଲିପ୍ତ ହୋଇନଥିବା ସ୍ପଷ୍ଟ ହେବାପରେ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ବ୍ୟକ୍ତିଙ୍କ ମାଧ୍ୟମରେ ଛାଡି ଦିଆଯାଇଛି ବୋଲି ଜୟପାଟଣା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

kalyan agarbati

Comments are closed.