www.samajalive.in
Friday, December 12, 2025
15.1 C
Bhubaneswar

କାଳବୈଶାଖିରେ ଉଡିଲା ଆଜବେଷ୍ଟ, ଅସହାୟ ଅବସ୍ଥାରେ ୧୦ଟି ପରିବାର

କଲମପୁର :କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳନାଗୀ ଗ୍ରାମରେ ରବିବାର କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। କାଳବୈଶାଖି ଯୋଗୁଁ ଗ୍ରାମର ଅନେକ ଘରର କ୍ଷୟକ୍ଷତି ଘଟିଛି। ଗ୍ରାମର ରମେଶ ଚନ୍ଦ୍ର ନାଏକ, ଚନ୍ଦ୍ରଶେଖର ନାଏକ, ତାରାଚିନ୍ ନାଏକଙ୍କ ଘରର ସମ୍ପୂର୍ଣ୍ଣ ଆଜବେଷ୍ଟ ଉଡି ନଷ୍ଟ ହୋଇଥିବା ବେଳେ ଜିତୁ ମାଝୀ, ସାନ ମାଝୀ, ସିନ୍ଦଗା ମାଝୀ, ସୋମନାଥ ଲୋହରା, ଲେଲି ମାଝୀ ଏବଂ ଗୁଞ୍ଜା ମାଝୀଙ୍କ ଘର ଗୁଡିକ ମଧ୍ୟ ଅନେକ କ୍ଷୟକ୍ଷତି ହେଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଏସବୁ ପରିବାର ଲୋକେ ଅସହାୟ ଅବସ୍ଥାରେ। ସୋମବାର ଏନେଇ ଥୁଆମୂଳ ରାମପୁର ତହସିଲଦାର ଈଶ୍ବର ଚନ୍ଦ୍ର ଦାଶଙ୍କୁ ସୂଚନା ଦେଲା ପରେ କାଳବୈଶାଖିରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ସେଇ ଅଞ୍ଚଳର ଦାୟିତ୍ୱରେ ଥିବା ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତି ଅନୁଧ୍ୟାନ କରି ପଲିଥିନ ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories