ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଦ୍ଵିତୀୟ ବାର ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଏଥିରେ ବିଦ୍ୟାଳୟ ଓ଼ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶଙ୍କ ପାଖରେ ତାଙ୍କର ପୂର୍ବ ବିଭାଗ ଅପରିବର୍ତ୍ତିତ ରହିଛି । ସୋମବାର ଓଡିଶା ଶିକ୍ଷା ସେବା ସଂଘ (ଓଇଏସ୍ )ର ଅଧିକାରୀ ବୃନ୍ଦ ମନ୍ତ୍ରୀ ମହୋଦୟ ଶ୍ରୀଦାଶଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଇବା ସହ ଶିକ୍ଷା ସମ୍ପର୍କୀୟ ଅନେକ ଗୁରୁତ୍ୱପୂର୍ଣ ବିଷୟ ଉପରେ ଆଲୋଚନା କରିଛନ୍ତି।
ଏହି ଅବସରରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି, ପିଲାମାନଙ୍କର ଶିକ୍ଷା ସମ୍ପର୍କୀୟ ମୌଳିକ ଆବଶକ୍ୟତା ଓ ଅଧିକାର, ବିଦ୍ୟାଳୟ ଓ ଏହାର ଅନୁକୂଳ ପରିବେଶ, ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟର ତ୍ଵରାନ୍ବିତ, ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି ଓ ତଦାରଖ, ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିଯୁକ୍ତିକୁ ତ୍ଵରାନିତ କରିବା, ଯଥୋଚିତ ସମୟରେ ପେନସନ୍ ପ୍ରଦାନ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଚାର ବିମର୍ଶ କରାଯାଇଥିଲା। ମନ୍ତ୍ରୀଶ୍ରୀ ଦାଶ ସମସ୍ତ ଶିକ୍ଷା ଅଧିକାରୀଙ୍କୁ ସାଧୁବାଦ ଜଣାଇବା ସହ ନିଷ୍ଠାପର ଭାବେ ନିରନ୍ତର କାର୍ଯ୍ୟ କରି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବଦ୍ଧପରିକର ହେବାକୁ ଆହ୍ୱାନ ଦେଇଥିଲେ।
ଗଣଶିକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଲେ ଓଇଏସ୍ ସଂଘ
Popular Categories



