ଜେଲ ଗଲା ବର, ପ୍ରେମ ପ୍ରତାରଣା ପ୍ରତାରିତା ଥାନାର ଦ୍ୱାରସ୍ଥ

kalampur news

କଲମପୁର: ଜଣେ ଯୁବତୀକୁ ପ୍ରେମ ପୁଣି ବିବାହ ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ। ଏହାପରେ ପ୍ରତାରଣା କରି ଅନ୍ୟ ଜଣେ ଯୁବତୀକୁ ବିବାହ କରିବା ଭଳି ଅଭିଯୋଗ ହେବା ପରେ ସମ୍ପୃକ୍ତ ପ୍ରେମିକ ପ୍ରବରକୁ ବିବାହ ଭୋଜି ସ୍ଥଳରୁ ପୁଲିସ ଉଠାଇ ନେବା ଭଳି ଘଟଣା ଥୁଆମୁଳ ରାମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି।

ସୁଚନା ଅନୁସାରେ ରାୟଗଡ଼ା ଜିଲ୍ଲା କାଶିପୁର ଚାନ୍ଦଗିରୀ ଗ୍ରାମର ଜନୈକା ଯୁବତୀକୁ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଡୁମେରପଦର ଗ୍ରାମର ଖଗେଶ୍ୱର ନାଏକଙ୍କ ପୁଅ ରାଜ କିଶୋର ଭଲ ପାଉଥିଲା। ଏପରିକି ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲା। ଏଥିମଧ୍ୟରେ ସମ୍ପୃକ୍ତ ଯୁବତୀକୁ ପ୍ରତାରଣା କରି କାଶିପୁର ଅଂଚଳର ଅନ୍ୟ ଜଣେ ଯୁବତୀକୁ ଗତ ୨୨.୪.୨୨ ଦିନ ବିବାହ କରିଥିଲା। ଏନେଇ ପ୍ରତାରିତା ଚାନ୍ଦଗିରୀର ଯୁବତୀ କୌଣସି ସୂତ୍ରରୁ ଖବର ପାଇ ଡୁମେରପଦର ଠାରେ ପ୍ରେମକ ଘରକୁ ପହଂଚିଥିଲା। କିନ୍ତୁ ରାଜକିଶୋର ତାକୁ ଧରାଛୁଆଁ ଦେଇନଥିଲା। ଏହାସହ ଫୋନ ମାଧ୍ୟମରେ ସମ୍ପୃକ୍ତ ଯୁବତୀକୁ ଧମକ ଦେଇଥିଲା। ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଥୁଆମୁଳ ରାମପୁର ପୁଲିସର ଦ୍ୱାରସ୍ଥ ହେଇଥିଲା। ଥୁଆମୁଳ ରାମପୁର ପୁଲିସ ଡୁମେରପଦର ପହଂଚି ସମ୍ପୃକ୍ତ ଯୁବକକୁ ପୁଲିସ ଥାନାକୁ ନେଇ ଅଟକ ରଖିବା ସହ ଘଟଣାର ତଦନ୍ତ କରିଥିଲା। ଥୁଆମୁଳ ରାମପୁର ଥାନାରେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ପ୍ରେମ ପ୍ରତାରିତାକୁ ଡାକ୍ତରୀ ପରୀକ୍ଷା ଓ ତାର ବୟାନ ରେକର୍ଡ କରିବା ପରେ ରବିବାର ସମ୍ପୃକ୍ତ ପ୍ରତାରକ ପ୍ରେମକିକୁ ଗିରଫ କରି କୋର୍ଟ ଚାଲାଣ କିରିଛି।

Comments are closed.