କଲମପୁର: ଦାଦନ ଶ୍ରମିକ ନିଖୋଜ। କଳାହାଣ୍ଡି କଲମପୁରରେ ଅଭାବନୀୟ ଘଟଣା ଘଟିଛି। ଗତ ୩ ମାସ ତଳେ ଡୁମେରମୁଣ୍ଡା ଭିର୍କାପଡାର ପଦ୍ମନାଭ ମାଝୀ ନାମକ ଜଣେ ଯୁବକ କିଛି ଶ୍ରମିକଙ୍କ ସହ ମିଶି ଭଦ୍ରାଚଲମକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ଇଟା ଭାଟିରେ ନିୟୋଜିତ ହୋଇ କାମ କରୁଥିଲେ। କିନ୍ତୁ ଗତ ୧୦ ତାରିଖରେ ପଦ୍ମନାଭ କୌଣସି ପାରିବାରିକ କାମ ପାଇଁ ଘରକୁ ବସ୍ ଯୋଗେ ଆସିଥିଲେ। ହେଲେ ଘରକୁ ନ ଫେରି କେଉଁଆଡେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ଖୋଜି ଖୋଜି ଆମପାଣି ଠାରୁ ସିନାପାଲି ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ହେଲେ ପଦ୍ମନାଭ ର କୌଣସି ସନ୍ଧାନ ମିଳିନାହିଁ। ଏନେଇ ପଦ୍ମନାଭର ପତ୍ନୀ ଯମୂନା ମାଝୀ ନିଜ ସ୍ୱାମୀର ନିଖୋଜ ନେଇ କଲମପୁର ପୁଲିସ ଥାନାରେ ଏକ ଏତଲା ଦେଇଛନ୍ତି।
Popular Categories



