www.samajalive.in
Friday, December 12, 2025
16.1 C
Bhubaneswar

ଧାନ ମଣ୍ଡି ଖୋଲିବାରେ ବିଳମ୍ବ, ୩ ସମବାୟ ସମିତି ଅଧିନସ୍ଥ ୧୬ ମଣ୍ଡିରୁ ମାତ୍ର ଗୋଟିଏରେ ଧାନ ସଂଗ୍ରହ ଆରମ୍ଭ

କଲମପୁର :  ସମସ୍ତଙ୍କୁ ଘାରିଛି କରୋନା ଭୁତାଣୁ ସଂକ୍ରମଣର ଆଶଙ୍କା । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ସମସ୍ତ ପ୍ରଶାସନ ଲୋକଙ୍କ ସୁରକ୍ଷା ପାଇଁ ନିଜ ନିଜ ସ୍ତରରେ କାର୍ଯ୍ୟ ଜାରି ରଖିଛନ୍ତି। କିନ୍ତୁ କରୋନାର ମାଡ ହେଉଛି ଏବେ ଚାଷୀଙ୍କ ଉପରେ । ଚାଷୀ ନିଜ କଷ୍ଟ ଉପାର୍ଜିତ ଦାନ ବିକ୍ରି ପାଇଁ ଅସହାୟ ହେଇ ପଡୁଛି। ଗତ ୧୦ ମଇ ଠାରୁ ଧାନ ମଣ୍ଡି ଆରମ୍ଭ ପାଇଁ ଜିଲା ପ୍ରଶାସନ ଘୋଷଣା କରିଥିଲେ ମଧ୍ୟ ୧୮ ମଇ ସୁଦ୍ଧା କଲମପୁର ବ୍ଲକରେ ଥିବା ୩ ଗୋଟି ସମବାୟ ସମିତିର ୧୬ ଗୋଟି ମଣ୍ଡି ମଧ୍ୟରୁ କେବଳ କଲମପୁର ସମବାୟ ସମିତି ଅଧିନରେ ଥିବା ଇଛାପୁର ଧାନ ମଣ୍ଡି ସୋମବାର ଆରମ୍ଭ ହେଇଥିବା ବେଳେ ଅନ୍ୟ ସବୁ କେବେ ଆରମ୍ଭ କରାଯିବ ସେ ନେଇ କୌଣସି ସୁଚନା ମିଳି ପାରି ନାହିଁ। ଅନ୍ୟପଟେ କଲମପୁର ସମବାୟ ସମିତି ଅଧିନରେ ଥିବା ପଣ୍ଡିଗାଁ ମଙ୍ଗଳବାର ଓ କଲମପୁର ଧାନ ମଣ୍ଡି ବୁଧବାର ଦିନ ଆରମ୍ଭ କରାଯିବ ବୋଲି ସମବାୟ ସମିତିର ସମ୍ପାଦକ ତ୍ରିଭୁବନ ପ୍ରଧାନୀ ସୁଚନା ଦେଇଛନ୍ତି। ସୋମବାର ଇଛାପୁର ଧାନ ମଣ୍ଡିରୁ ୫ ଜଣ ଚାଷୀଙ୍କ ଠାରୁ ୩୫୨ କ୍ୱିଣ୍ଟାଲ ୧୨ କେ.ଜି ଚାଉଳ ଖରିଦ କରିଥିବା ଶ୍ରୀ ପ୍ରଧାନୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବାତ୍ୟା ଓ ବର୍ଷାର ଆଶଙ୍କା ଥିବାରୁ ବଡକୁଟୃ ସମବାୟ ସମିତି ଅଧିନରେ ଥିବା ୬ ଗୋଟି ଧାନ ମଣ୍ଡି ବିଳମ୍ବରେ ଆରମ୍ଭ କରାଯିବ ବୋଲି ବଡକୁଟୃ ସମବାୟ ସମିତିର ସମ୍ପାଦକ ଶୁରେଶ ଚନ୍ଦ୍ର ଶତପଥି ସୁଚନା ଦେଇଛନ୍ତି। ସେହିଭଳି ହାତୀ ନଦୀରୁ ଉଠା ଜଳ ସେଚନ ଓ ବିଭିନ୍ନ ଆଡି ବନ୍ଧରୁ ଜଳ ସେଚନ ପାଇଥିବା ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜି କରଣ କରିଥିଲେ ମଧ୍ୟ ସେମାନଙ୍କ ଡାଟାବେଶ ସଚଳ ନଥିବାରୁ ସେହି ଚାଷୀ ମାନେ ଧାନ ବିକ୍ରୟରୁ ବଞ୍ଚିତ ହେବା ଆଶଙ୍କା କରୁଛନ୍ତି। ସେଥିପାଇଁ ସେମାନଙ୍କ ତରଫରୁ ମଣ୍ଡି ଅଚଳ କରାଯିବା ନେଇ ଚେତବନୀ ଦିଆଯାଇଥିବାରୁ ମଣ୍ଡି ଆରମ୍ଭ କରିବାରେ ବିଳମ୍ବ ହେଉଥିବା ସୂଚନା ଦେଇଛନ୍ତି ମଣ୍ଡଳ ସମବାୟ ସମିତିର ସମ୍ପାଦକ ନବିନ ଚନ୍ଦ୍ର ନାଗ । ଅନ୍ୟପଟେ ବାରମ୍ବାର ବର୍ଷା ଆସିବାର ସୁଚନା ମିଳୁଥିବାରୁ ଚାଷୀ ଏବେ ହତାଶ ହେଇ ପଡୁଛନ୍ତି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories