ପୁରୀ : ବାତ୍ୟା ଆଶଙ୍କା କରି ଦୁଇଦିନ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ବର୍ଷାପାଣି ରଥଖଳାରେ ପଶିବା ସହ ଅଧିକ ପବନ ହେଲେ ଛାମୁଣ୍ଡିଆ ଭାଙ୍ଗିବା ସମ୍ଭାବନା ରହିଛି। ତେଣୁ ୧୯ ଏବଂ ୨୦ତାରିଖ ଦୁଇଦିନ ଧରି ରଥ ନିର୍ମାଣ କାର୍ଯ୍ୟ ବନ୍ଦ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ଏଥିଯୋଗୁଁ ଶ୍ରୀମନ୍ଦିର ଭକ୍ତନିବାସରେ ରହୁଥିବା ଅଧିକାଂଶ ମହାରଣା ଏବଂ ଭୋଇ ସେବକ ଘରକୁ ଫେରିଛନ୍ତି। ନିର୍ମିତ ରଥଚକ, ତୁମ୍ବ, ଗୁଜ, ପହି, ଅର, ଜଳଯନ୍ତ୍ର ଉପରେ ଦରିପାଲ ଘୋଡାଇ ଦିଆଯାଇଛି।
Popular Categories


