www.samajalive.in
Wednesday, December 10, 2025
26.1 C
Bhubaneswar

ରାଜ୍ୟରେ ବଢ଼ୁଛି ଶିଶୁ ଚାଲାଣ; ଉଦ୍ଧାର ହେଲେଣି ୩ ହଜାର

ଭୁବନେଶ୍ୱର: କରୋନା ସଂକ୍ରମଣ ପାଇଁ ଲକ୍‌ଡାଉନ୍‌ ହେବା ଫଳରେ ଅନେକଙ୍କର ଜୀବିକା ଉଜୁଡି ଯାଇଛି। ନିମ୍ନବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ଦୋହଲି ଯାଇଛି। ଏବେଠାରୁ ଅଭାବ ଅନଟନ ପରିସ୍ଥିତି ସୃଷ୍ଟି ହେଲାଣି। ରାଜ୍ୟ ସରକାର ୩ ମାସ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି। ତଥାପି ରୋଜଗାର ହରାଇଥିବା କିଛି ଲୋକ ଆତ୍ମହତ୍ୟା କଲେଣି। ଆଗକୁ ଏହି ମାନସିକ ଦୁଶ୍ଚିନ୍ତା ଅଭାବୀ ସଂସାରକୁ କେତେ ଦୂର ତିଷ୍ଠି ରହିବ  ତାହା ଏବେଠାରୁ ଚିନ୍ତା ବଢ଼ାଇଲାଣି। ରୋଜଗାର ଅନ୍ବେଷଣରେ ଅନେକ ଶିଶୁ ରାଜ୍ୟ ବାହାରକୁ ଚାଲାଣ ହୋଇଥାଆନ୍ତି। ରାଜ୍ୟରୁ ବିଭିନ୍ନ ପଡୋଶୀ ରାଜ୍ୟକୁ ହଜାର ହଜାର ଶିଶୁ ଶ୍ରମିକ ଚାଲାଣ ହୋଇ ଆସୁଛନ୍ତି।  ଗତ କିଛି ବର୍ଷ ହେବ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଅପରେସନ୍ ‘ସ୍ମାଇଲ୍‌’ ଅନୁସାରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସହଯୋଗରେ ପ୍ରାୟ ୩ ହଜାର ଶିଶୁଙ୍କୁ ବିଭିନ୍ନ ରାଜ୍ୟରୁ ଉଦ୍ଧାର କରାଯାଇ ସାରିଲାଣି। ତେବେ ରାଜ୍ୟରୁ ଏହି ସଂଖ୍ୟାଠାରୁ ଢ଼େର ଅଧିକ ଶିଶୁ ଚାଲାଣ ହୋଇଥାଆନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତିି।
ସମ୍ପ୍ରତି କରୋନା ପରିସ୍ଥିତି ସୁଧୁରିବା ପରେ ରାଜ୍ୟରେ ଶିଶୁ ଚାଲାଣ ବଢିବା ନେଇ ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ଶିଶୁ ସୁରକ୍ଷା ଆୟୋଗ ଏବେଠାରୁ ଚିନ୍ତା ପ୍ରକଟ କରିଛି। ରାଜ୍ୟରୁ ଶିଶୁ ଚାଲାଣ ରୋକିବା ଲାଗି ଶିଶୁ ସୁରକ୍ଷା ଆୟୋଗ ପ୍ରସ୍ତୁତି ଆରମ୍ଭ କରିଦେଇଛି। ରାସ୍ତାରେ, ବସ୍‌ଷ୍ଟପ୍‌ରେ, ରେଳ ଷ୍ଟେସନରେ ହୋର୍ଡିଂ, ଲିଫ୍‌ଲେଟ୍‌ ଓ ଅନ୍‌ଲାଇନ ମାଧ୍ୟମରେ ସଚେତନ କରିବାକୁ ଯୋଜନା ରଖାଯାଇଛି ବୋଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ସୂଚନା ଦେଇଛନ୍ତି। ଏହାସହ ସ୍କୁଲରେ ଶିକ୍ଷକ ଓ ଅଭିଭାବକଙ୍କୁ ସଚେତନ କରାଯିବାର ଯୋଜନା କରାଯାଇଛି। ବିଶେଷକରି ଗ୍ରାମାଞ୍ଚଳ ଓ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ଆୟୋଗ ସତର୍କ ଦୃଷ୍ଟି ରଖିଛି ବୋଲି ସେ କହିଛନ୍ତି।
ଶିଶୁ ଚାଲାଣକୁ କିଭଳି ରୋକାଯିବ ସେଥିପାଇଁ ଆୟୋଗ ପକ୍ଷରୁ ରାଜ୍ୟର ହଟସ୍ପଟ୍‌ଗୁଡିକୁ ଚିହ୍ନଟ କରାଯାଇଛି। ସେସବୁ ଜିଲାଗୁଡ଼ିକ‌େ‌ର ତୀକ୍ଷ୍ଣ ନଜର ରଖାଯିବ। ଗୋଟିଏ ରାଜ୍ୟରୁ ଅନ୍ୟରାଜ୍ୟ ଓ ଦେଶ ବାହାରକୁ ମଧ୍ୟ ଚାଲାଣ ଶିଶୁ ହୋଇପାରନ୍ତି। ବିଶେଷକରି ଯୁବତୀ ଚାଲାଣ କରାଯିବା ଲାଗି ଦଲାଲ ଉଦ୍ୟମ କରିଥାନ୍ତି। ଟ୍ରେନ ଓ ବସ୍‌ ମାଧ୍ୟମରେ ଶହ ଶହ ଶିଶୁ ଚାଲାଣ କରାଯାଇଥାଏ। ଏହା ଉପରେ ଜିଆର୍‌ପି, ଚାଇଲ୍ଡଲାଇନ୍‌ ଓ ପୁଲିସ ସହଯୋଗରେ ସତର୍କ ନଜର ରଖାଯିବ। ଦଲାଲଙ୍କୁ ଚିହ୍ନଟ କରାଯିବା ନେଇ ପ୍ରାଥମିକତା ଦିଆଯିବ। ଦଲାଲ୍‌ମାନେ ଯୁବତୀଙ୍କୁ ଚାକିରି କରାଇ ଦେବାର ପ୍ରଲୋଭିତ କରି ସେମାନଙ୍କୁ ନେଇ ବିକ୍ରି କରିବା ସହିତ ଅସାମାଜିକ କାର୍ଯ୍ୟରେ ଲିପ୍ତ କରାଇଥାନ୍ତି। ଯୁବତୀମାନଙ୍କୁ ରାଜ୍ୟ ବାହାରେ ରୋଜଗାର ପାଇଁ ଗଲେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ଅନେକ ସମୟରେ ଯୁବତୀଙ୍କୁ ବାଲ୍ୟବିବାହ କରି ଅନ୍ୟ ରାଜ୍ୟରେ କିଛି ଦଲାଲ୍‌ ବିକ୍ରି କରିଥାନ୍ତି। ଏଭଳି ଘଟଣା ପଦାକୁ ଆସିଲେ ଦଲାଲଙ୍କୁ ଠାବ କରିବା ସହଜ ହେବ ବୋଲି ସେ କହିଛନ୍ତି। ଗଞ୍ଜାମ, ଗଜପତି, ସୁନ୍ଦରଗଡ, ବଲାଙ୍ଗୀର, ସମ୍ବଲପୁର, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ ଓ କଳାହାଣ୍ଡିରୁ ଅଧିକ ଶିଶୁ ଚାଲାଣ ହେଇଥାନ୍ତି।
ବିଭିନ୍ନ ଜିଲାରେ ଶିଶୁମାନଙ୍କ ସୁରକ୍ଷା ଓ ଅଧିକାରକୁ ପାଇଁ ଶିଶୁ ସୁରକ୍ଷା କମିଟି, ଚାଇଲ୍ଡ ଲାଇନ, ଏସ୍‌ଏଚ୍‌ଜି ଓ ବିଭିନ୍ନ ସଂସ୍ଥା କାର୍ଯ୍ୟ କରୁଛନ୍ତି। ଏସବୁ ସଂସ୍ଥାଗୁଡ଼ିକୁ ଅଧିକ ସକ୍ରିୟ ଭାବେ ଗ୍ରାମାଞ୍ଚଳ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳଗୁଡିକ ଉପରେ ନଜର ଦେବାକୁ ମାର୍ଗଦର୍ଶିକା ଜାରି କରାଯିବ ବୋଲି ସେ କହିଛନ୍ତି। ସେହିପରି ସିଡିପିଓମାନଙ୍କୁ ଏନେଇ ପ୍ରଶିକ୍ଷଣ ଦିଆଯିବାର ଯୋଜନା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories