www.samajalive.in
Wednesday, December 10, 2025
26.1 C
Bhubaneswar

ରକ୍ତ ନ ମିଳିବାରୁ ବୁର୍ଲା ଭିମସାରରେ ଗଲା କାମଳ ରୋଗୀଙ୍କ ଜୀବନ

ବୁର୍ଲା : ସଦାସର୍ବଦା ଭିମସାର ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସର ଭୁକ୍ତ ହୋଇଆସିଥାଏ। ଏହା ସହିତ ଆନୁଷାଙ୍ଗିକ ଅବ୍ୟବସ୍ତା ରୋଗୀ ଚିକିତ୍ସାରେ ବାଧକ ସୃଷ୍ଟି ହେଉଛି। ପୁଣି ବୁର୍ଲା ଭିମସାରରେ ଏକ ଅଭାବନିୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଜଣେ କାମଳା ରୋଗୀଙ୍କୁ ତାଙ୍କ ଗ୍ରୁପର ରକ୍ତ ମିଳି ନ ପାରିବାରୁ ରୋଗୀଙ୍କର ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରାୟ ତିନିଦିନ ତଳେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଜଣେ ଗର୍ଭବତି ମହିଳାଙ୍କ ଗର୍ଭସ୍ତ ଶିଶୁର ମୃତ୍ୟୁ ଦର୍ଶାଇଥିବା ବେଳେ ପୁଣି ସମ୍ବଲପୁରର ଏକ ଘରୋଇ ମେଡ଼ିକାଲରେ ଏକ ଶିଶୁକନ୍ୟାକୁ ଉକ୍ତ ମହିଳା ଜନ୍ମ ଦେଇଥିଲେ ତେବେ ଏହି ଘଟଣାରେ ଭିମସାର ଡାକ୍ତରଙ୍କୁ ଏପରି ଖାମଖିଆଲି ଭାବକୁ ନେଇ ପ୍ରଶ୍ନ ଉଠିବା ସହିତ କାର୍ଯ୍ୟନୁଷ୍ଠାନ ଦାବି ହୋଇଛି। ଏପରି ଗତ କିଛିବର୍ଷ ତଳେ ଅନ୍ୟ ଏକ ଘଟଣା ଭିମସାରରେ ଘଟିଯାଇଥିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନା ପାରେ। ତେବେ ପୁଣି ଗତକାଲି ରବିବାର ଦିନ ଜଣେ ରୋଗୀଙ୍କୁ ରକ୍ତ ଦରକାର ପଡ଼ିଥିବା ବେଳେ ରକ୍ତଭଣ୍ଡାରରେ ସେହି ଗ୍ରୁପର ରକ୍ତ ନ ମିଳିବା କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ପରି ଏକ ଅଭିଯୋଗ ସାମାନାକୁ ଆସିଛି। ମୃତକ ଯୁବକ ଜଣକ ସୋନପୁର ଜିଲ୍ଲା ବିନିକା ବ୍ଲକ ଭଣ୍ଡାର ଗ୍ରାମର ୩୨ ବର୍ଷିୟ ରବିଚନ୍ଦ୍ର ସାହୁ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିବା ସହିତ ସ୍ଥାନୀୟ ମହଲରେ ଶୋକର ଛାୟା ଖେଳିଯାଇଛି।

ସୂଚନାନୁସାରେ  ଗତ ୫ ତାରିଖ ଦିନ ଦେହ ଅସୁସ୍ଥ ହେବାରୁ ତାଙ୍କ ବିଧବା ମାଁ ଏବଂ ତାଙ୍କ ଜଣେ ସମ୍ପର୍କିୟ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବରଗଡ ମେଡ଼ିକାଲ ଏବଂ ଏବଂ ପରେ ଗତ ୭ ତାରିଖରେ କାମଳା ରୋଗ ହୋଇଥିବା ଜାଣିବା ପରେ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ଆଣିଥିଲେ। ଗୁରୁତର ଅବସ୍ତାରେ ଥିବା ପରିପେକ୍ଷିରେ ଭିମସାରର ମେଡିସିନ ୱାର୍ଡରେ ଭର୍ତି କରାଯାଇଥିଲା। ରବିଙ୍କ ଦେହରେ ଦିର୍ଘ ଦିନ ହେବ କାମଳ ରୋଗ ରହି ଯାଇଥିବା ବିଭାଗୀୟ ଡ଼ାକ୍ତର ପ୍ରକାଶ କରିବା ସହିତ ତାଙ୍କୁ ରକ୍ତର ଆବଶ୍ୟକତା ବିଷୟରେ କହିବା ସହିତ ତୁରନ୍ତ ରକ୍ତ ଯୋଗାଡ କରିବା ପାଇଁ ପରାମର୍ଶ କରିଥିଲେ। ରକ୍ତ ପରୀକ୍ଷା କରିବା ପରେ ତାଙ୍କ ରକ୍ତ ଏବି ପଜିଟିଭ ଗ୍ରୁପ ବୋଲି ଗ୍ରୁପ ପରୀକ୍ଷଣ ପରେ ଜଣାପଡିଥିଲା। ରବିଙ୍କ ସମ୍ପର୍କିୟ ରକ୍ତ ଭଣ୍ଡାରକୁ ଯାଇଥିଲେ ରକ୍ତଭଣ୍ଡାର ପକ୍ଷରୁ ପ୍ରଥମେ ଦୁଇଟି ରକ୍ତ ଦେବାକୁ ପଡିବ ବୋଲି କହିଥିଲେ। ତେବେ ତାଙ୍କ ସମ୍ପର୍କିୟ ତୁରନ୍ତ ସୋନପୁର ଜିଲ୍ଲା ବିରମାହାରାଜପୁରରୁ ଦୁଇଜଣ ସମ୍ପର୍କିୟଙ୍କୁ ରକ୍ତଦାନ ପାଇଁ ଡକାଇଥିଲେ। ତା ପରଦିନ ଅର୍ଥାତ ୧୬ ତାରିଖ ସକାଳୁ ଦୁଇଜଣ ରକ୍ତ ଦାତାଙ୍କୁ ନେଇ ରକ୍ତ ଭଣ୍ଡାରକୁ ରକ୍ତ ଅଣିବା ପାଇଁ ଯାଇଥିବା ବେଳେ ରକ୍ତ ଭଣ୍ଡାରରେ ଆଉ ସେହି ଗ୍ରୁପର ରକ୍ତ ଉପଲବ୍ଧ ନ ଥିବା କହିଥିଲେ। ତେବେ ଶେଷରେ ନିରାଶ ହୋଇ ଆସି ବିଭାଗୀୟ ଡାକ୍ତରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ତେବେ ଯଦି ରକ୍ତ ନ ମିଳିଲା ତେବେ ଏଠି ରହି କିଛି ଲାଭ ନାଇଁ ତମେ ଘରକୁ ନେଇଯାଅ ବୋଲି ଡାକ୍ତର କହିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେହିଦିନ ଅର୍ଥାତ ୧୬ ତାରିଖ ଦିନ ପରିବାର ଲୋକେ ଘରକୁ ରବିଙ୍କୁ ନେଇଯାଇଥିଲେ। ଗତ ୧୭ ତାରିଖରେ ଗ୍ରାମରେ ହିଁ ରବିଙ୍କ ଦୁଃଖଦ ମୃତ୍ୟୁ ହୋଇଯାଇଥିଲା ଏବଂ ଏକୁଟିଆ ରହିଯାଇଛନ୍ତି ରବିଙ୍କ ବିଧବା ମାଆଁ। ତେବେ ରକ୍ତ ନ ମିଳିବା କାରଣରୁ ଜଣେ ରୋଗୀଙ୍କ ଦୁର୍ମୁଲ୍ୟ ଜୀବନ ଚାଲିଯାଇଥିବା ପରି ଏକ ଅଭାବନିୟ ଘଟଣାକୁ ନେଇ ଅଞ୍ଚଳରେ ସମାଲୋଚନାର ବିଷୟ ହୋଇଛି। ବର୍ତ୍ତମାନର ମାରାତ୍ମକ କରୋନା ପରିସ୍ଥିତିରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ହେବା ପାଇଁ ପ୍ରତିଦିନ ବିଭିନ୍ନ ଅନୁଷ୍ଠାନ ତରଫରୁ ରକ୍ତ ଦାନ କାର୍ୟ୍ୟକ୍ରମ ମାଧ୍ୟମରେ ଶତାଧିକ ୟୁନିଟ ରକ୍ତ ସଂଗ୍ରହ କରାଚାଲିଛି। ଜଣେ ରୋଗୀଙ୍କୁ ପଶ୍ଚିମ ଓଡ଼ିଶାର ଭିମସାରରେ ରକ୍ତ ନ ମିଳିବାରୁ ମୃତ୍ୟୁ ଘଟିବା ଘଟଣାକୁ ସହଜେ ଗ୍ରହଣ କରାଯାଇ ପାରୁ ନାହିଁ ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories