www.samajalive.in
Saturday, December 6, 2025
15.1 C
Bhubaneswar

ଘର ଘର ବୁଲି ସଚେତନ କରୁଛନ୍ତି ଅଙ୍ଗନବାଡି କର୍ମୀ

ଲାଞ୍ଜିଗଡ : ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଶାସନର ସମସ୍ତ ବିଭାଗ ସଚେତନତା ପାଇଁ ଅଣ୍ଟା ଭିଡଛନ୍ତି। ଏଥିରୁ ବାଦ ପଡି ନାହାନ୍ତି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ। କାଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ପାଇକବୋରୀ ଗାଁର ଅଙ୍ଗନବାଡି କର୍ମୀମାନେ ।  ସକାଳୁ ଉଠି ସେମାନଙ୍କ ଅଧିନରେ ଥିବା ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି। ଘର ଘର ଯାଇ ଲିଫଲେଟ ବଣ୍ଟନ କରିବା ସହ ସାବୁନରେ ହାତ ଧୋଇବା ବାହାରକୁ ନ ବାହାରି ଘର ଭିତର ରହିବା ସାମାଜିକ ଦୂରତା ରକ୍ଷା କରିବା ଏପରିକି ରାଜ୍ୟ ଓ ଦେଶ ବାହାରୁ ଆସିଥିବା ବ୍ୟକ୍ତିଙ୍କ ଘର ସମ୍ମୁଖକୁ ଯାଇ ହୋମ କ୍ୱାରେଣ୍ଟାଇନରେ ରହିବା ପାଇ ପରାମର୍ଶ ଦେଇଛନ୍ତି ।

ମାସ୍କ ଲଗାଇବା, ଗାଁରେ ତାସ ଖେଳ ବନ୍ଦ କରିବା, କ୍ରିକେଟ ଓ ବିଭିନ୍ନ ସଂଘବୋଧ ଖେଳକୁ ବର୍ତ୍ତମାନ ପରିସ୍ଥିତିରେ ବନ୍ଦ କରିବା ପାଇଁ ପରାମର୍ଶ ଦେଉଛନ୍ତି। ସେଭଳି ପଞ୍ଚାୟତ ଅଫିସ ଓ ସ୍କୁଲରେ ଖୋଲାଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ମଧ୍ୟ ଦାୟିତ୍ୱ ନେଇଥିବା ବେଳେ ଭତ୍ତା ବଣ୍ଟନ, ପଡିଏସ ସାମଗ୍ରୀ ବଣ୍ଟନ ସମୟରେ ମଧ୍ୟ ଉପସ୍ଥିତ ରହୁଛନ୍ତି। ସରକାରଙ୍କ ପକ୍ଷରୁ ପ୍ରସୁତି,ଗର୍ଭବତୀ ଓ ଅଙ୍ଗନବାଡି ପିଲାଙ୍କ ପାଇଁ ଆଗୁଆ ଅଣ୍ଡା, ଛତୁଆ ଓ ଚାଉଳ ବଣ୍ଟନ କରୁଛନ୍ତି। ଲାଞ୍ଜିଗଡ ବ୍ଲକର ୧୬୩ ଜଣ ଅଙ୍ଗନବାଡି କର୍ମୀ ଓ ୫୦ ଜଣ ମିନି ଅଙ୍ଗନବାଡି କର୍ମୀ ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ସେମାନଙ୍କ ତଥ୍ୟ ସମ୍ପର୍କରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଏଥିରେ ଲାଞ୍ଜିଗଡ ସିଡିପିଓ କୁସୁମ କୁମାରୀ ପ୍ରହରାଜ ବିଭିନ୍ନ ସେକ୍ଟରରେ ନିଯୁକ୍ତ ଥିବା ସୁପରଭାଇଜର ମାନେ ସହଯୋଗ କରୁଥିବା ଦେଖିବାକୁ ମଳିଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories