www.samajalive.in
Saturday, December 6, 2025
14.1 C
Bhubaneswar

୨୦୨୧ କ୍ରିକେଟ୍‌ ବିଶ୍ବକପ୍‌ ପାଇଁ ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା ଦଳ

ଦୁବାଇ: ୨୦୨୧ ଦିନିକିଆ ବିଶ୍ବକପ୍‌ରେ ଖେଳିବା ନିମନ୍ତେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଯୋଗ୍ୟତା ଅର୍ଜନ କରିଛି ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ବୁଧବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ଗତବର୍ଷ ଜୁଲାଇରୁ ନଭେମ୍ବର ମଧ୍ୟରେ କ୍ରିକେଟ୍ ସିରିଜ୍‌ ଖେଳାଯାଇ ୨୦୨୧ ବିଶ୍ବକପ୍‌ ନିମନ୍ତେ କେଉଁ କେଉଁ ଦଳ ଯୋଗ୍ୟତା ହାସଲ କରିବେ ତାହା ନିଶ୍ଚିତ ହେବାର ଥିଲା। ତେବେ ଏହି କ୍ରିକେଟ୍ ସିରିଜ୍‌ ଖେଳାଯିବା ସମ୍ଭବପର ହୋଇନଥିବାରୁ ଉଭୟ ଦଳ ମଧ୍ୟରେ ପଏଣ୍ଟ ବାଣ୍ଟି ଦିଆଯାଇଥିଲା। ବିଶ୍ବକପ୍‌ ନିମନ୍ତେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଦଳ ଯୋଗ୍ୟତା ହାସଲ କରିଥିବା ଆଇସିସି ତରଫରୁ ସୂଚନା ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories