www.samajalive.in
Saturday, December 6, 2025
15.1 C
Bhubaneswar

ଅଶ୍ୱିନୀ ହସ୍‌ପିଟାଲକୁ ସ୍ଥାନାନ୍ତର ହେଲେ କଳାହାଣ୍ଡି କରୋନା ଆକ୍ରାନ୍ତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡ ଅଧିନର ଗୋଲାମୁଣ୍ଡା ବ୍ଲକର ଖମାରହଳଦୀ ଗ୍ରାମପାଞ୍ଚୟାତରେ ଜୈନିକ ୨୯ ବର୍ଷ ଯୁବକ ମାର୍ଚ୍ଚ ୧୯ ତାରିଖରେ ସାଉଦି ଆରବରୁ ଫେରି ନିଜ ପରିବାର ସହିତ ନିଜ ଗ୍ରାମରେ ରହିଥିଲା। ଗତ ୩ ତରିଖ ଦିନ ତାର ରକ୍ତ ସ୍ୱାବ ପରୀକ୍ଷା ପାଇଁ ଭୁବନେଶ୍ୱର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପଠାଇଥିଲେ। ଗତ ୪ ତାରିଖ ଦିନ କରୋନା ପଜେଟିଭ ରିପୋର୍ଟ ଆସିବା ପରେ ଆଜି କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉକ୍ତ ଯୁବକକୁ ତାର ଗ୍ରାମରୁ ନେଇ ଚିକିତ୍ସା ପାଇଁ କଟକ ସ୍ଥିତ ଅଶ୍ୱିନୀ ହସ୍‌ପିଟାଲକୁ ପଠାଇଛନ୍ତି। ଉକ୍ତ ଯୁବକର ପରିବାର ସଦସ୍ୟ ଓ ସେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲା, ସେମାନଙ୍କୁ ଜିଲ୍ଲା ପ୍ରଶାସନ ଠାବ କରିବା ସହିତ ରକ୍ତ ଓ ସ୍ୱାବ ସଂଗ୍ରହ କରି ଭୁବନେଶ୍ୱର ପରୀକ୍ଷା ପାଇଁ ପଠାଇବା ଉପରେ ଗୁରୁତ୍ୱ ଦେଇଛି। ଆଜି ସକାଳୁ ପ୍ରଶାସନ ଖମାରହଳଦୀ ପଞ୍ଚାୟତକୁ ସମ୍ପୂର୍ଣ୍ଣ ସିଲି କରି ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories