www.samajalive.in
Sunday, December 7, 2025
14.1 C
Bhubaneswar

କଳାହାଣ୍ଡିରେ ଆଜି ନୂଆଖାଇ, ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଲାଗିଲା ନବାନ୍ନ

କଳାହାଣ୍ଡି : କଳାହାଣ୍ଡି  ଜିଲାର ଭବାନୀପାଟଣା ସମେତ ଗଡ଼ଜାତ ଅଞ୍ଚଳରେ ଆଜି ନୂଆଖାଇ ପାଳନ କରାଯାଉଛି । ଚଳିତ ମାସ ୩ ତାରିଖ ପଞ୍ଚମୀ ଦିନ ସମଗ୍ର ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ନୂଆଖାଇ ପର୍ବ ପାଳିତ ହୋଇ ସାରିଥିବା ବେଳେ ପ୍ରତିବର୍ଷ ଦଶମୀ ତିଥିରେ କଳାହାଣ୍ଡି ମା’ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଭୋଗ ଲାଗି କରାଯାଇଥାଏ । ଭବାନୀପାଟଣା ସମେତ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳ ମଦନପୁର, ରାମପୁର, ଲାଞ୍ଜିଗଡ଼, ଜୟପାଟଣା, ଥୁଆମୂଳ ରାମପୁର ପ୍ରଭୃତି ସ୍ଥାନରେ ଏହି ଦିନହିଁ ନୂଆଖାଇ ପର୍ବ ପାଳନ କରାଯାଇ ଥାଏ । ରବିବାର ସକାଳ ୮ଟା ୪୫ ମିନିଟରେ ମା’ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗି ହୋଇ ସାରିଛି  । ଏଥିପାଇଁ ଭବାନୀପଟଣା ସମେତ ଗଡ଼ଜାତ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି । ଘରେ ଘରେ ନୂଆଖାଇ ପାଇଁ  ନୂଆ ଧାନ, କୁରେଇ ପତ୍ର ସଂଗ୍ରହ କରି ପିଠା ପଣା ନିଜ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବା ପରେ ସପରିବାର ଏକାଠି ହୋଇ ନବାନ୍ନ ଖାଇଛନ୍ତି ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories