www.samajalive.in
Friday, December 12, 2025
14.1 C
Bhubaneswar

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଚାଲିଛି ଶହ ଶହ ଟ୍ରିପ ବାଲି ଚାଲାଣ, ହଜାର ହଜାର ଟଙ୍କା ରାଜସ୍ୱ କ୍ଷତି

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଜୟପାଟଣା ଗାଇଧାର ନଦୀରୁ ଜେସିବି ଲଗାଇ ଦିନକୁ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଛି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡୁନି। ଗାଇଧାର ନଦୀରେ ଥିବା କୁଳ ଗୁଡିକ ବିପଦ ସଂକୁଳ ହୋଇଥିବା ବେଳେ ବାଲି ଉଠାଣ ପାଇଁ ସରକାରୀ ହିସାବରେ ଲିଜ ମଧ୍ୟ ଦିଆଯାଇ ନାହିଁ। କିନ୍ତୁ କିପରି ଭାବେ ବେଆଇନ ବାଲି ଉଠାଣ ହେଉଛି ସେ ନେଇ ସଂନ୍ଦେହ ସୃଷ୍ଟି କରୁଛି। ଏଥିଯୋଗୁ ନଦୀରେ ଖାଇ ହୋଇ ଚାଷ ଜମି ଆଡକୁ ପାଣି ମାଡିଗଲେ କିଏ ଦାୟୀ ରହିବେ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ସରକାରଙ୍କ ହଜାର ହଜାର ଟଙ୍କା ରାଜସ୍ୱ କ୍ଷତି ହେଉଥିବା ବେଳେ କେତେକ ମୁଷ୍ଟିମେୟ ଲୋକ ପ୍ରଧାନମନ୍ତ୍ରୀ ଆବାସ ନାଁ ରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରାତି ଦିନ ନଦୀର ଅନେକ ସ୍ଥାନରୁ ବାଲି ଚାଲାଣ ସାଙ୍ଗକୁ ଟ୍ରକର ଯୋଗେ ଖୋଲାଖୋଲି ନେବା ଯଗୁଁ ବାଲି ପବନରେ ଉଡି ଅନେକ ପଥଚାରି ,ବାଇକ ଚାଳକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏ ସମ୍ପର୍କରେ ଜୟପାଟଣା ତହସିଲଦାର ଟୁକୁନୁ ପୁଟାଙ୍କୁ ପଚାରିବାରୁ ସେ ଏଥିପ୍ରତି ତୁରନ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି କହିଛନ୍ତି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories