www.samajalive.in
Saturday, December 6, 2025
14.1 C
Bhubaneswar

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପତ୍ନୀଙ୍କ ବିୟୋଗ

କାକଟପୁର: ପୂର୍ବତନ ମନ୍ତ୍ରୀ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ୭ ଥର ବିଧାୟକ ସ୍ବର୍ଗତଃ ସୁରେନ୍ଦ୍ର ନାଥ ନାୟକଙ୍କ ପତ୍ନୀ ଚାରୁବାଳା ଦେବୀଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ଗତ ମାସ ଜୁଲାଇ ୫ ତାରିଖରେ ଦେହାନ୍ତ ପରେ ପତ୍ନୀ ଚାରୁବାଳା ଅସୁସ୍ଥ ଥିଲେ। ସୋମବାର ରାତ୍ର ୯ ଘଟିକାରେ ହଠାତ ଷ୍ଟ୍ରୋକ୍‌ ହୋଇ ଥିଲା। ପରିବାର ଲୋକେ ଭୁବନେଶ୍ୱର ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମଙ୍ଗଳବାର ସକାଳୁ ୪ଘ ୨୫ମିନିଟ ସମୟରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଖବର ପାଇଁ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ପହଂଚିଥିବା ବେଳେ ଶେଷ ସମୟରେ ବଡ଼ ପୁଅ ସ୍ୱାଧୀନ କୁମାର ନାୟକ, ବୋହୁ ପୂଜା, ସାନପୁଅ ସନ୍ତୋଷ ଏବଂ ଆତ୍ମୀୟ ସ୍ବର୍ଜନ ଉପସ୍ଥିତ ଥିଲେ। ଏବେ ଭୁବନେଶ୍ୱର ଵାସଭବନରେ ପ୍ରିୟଜନ ଶେଷ ଦର୍ଶନ ପାଇଁ ଭିଡ଼ ଜମିଛି। ଚାରୁବାଳା ଦେବୀ ସ୍ବର୍ଗତଃ ସୁରେନ୍ଦ୍ର ନାଥ ନାୟକଙ୍କ ରାଜନୀତିକ ସମୟରେ ସବୁବେଳେ ତାଙ୍କ ସାଥିରେ ରହୁଥିବା ବେଳେ ସେ ଜଣେ ଧର୍ମପରାୟଣ ମହିଳା ଥିଲେ। ଦେହାନ୍ତ ସୂଚନା ବଡ଼ପୁଅ ସ୍ୱାଧୀନ କୁମାର ନାୟକ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories