www.samajalive.in
Friday, December 12, 2025
26.1 C
Bhubaneswar

କାଜଲଙ୍କ ଶାସନ

ମୁମ୍ବଇ : ନିକଟରେ ଏକ ସାକ୍ଷାତକାର୍‌ରେ ଅଭିନେତ୍ରୀ କାଜଲ୍ ଉପସ୍ଥିତ ଥିଲେ। ପରିବାର ଓ କ୍ୟାରିୟର ବିଷୟରେ ଆଲୋଚନା କରିବା ସମୟରେ ସେ ଆଦୌ ସଙ୍କୋଚ କରିନଥିଲେ। ସ୍ବାମୀ ଅଜୟ ଦେବଗନ୍‌ଙ୍କ ସହ ୧୯ ବର୍ଷର ବୈବାହିକ ଜୀବନ ଅତିବାହିତ ହୋଇଗଲାଣି। ଦୁଇ ପିଲା ନାଇଶା ଓ ୟୁଗ୍‌ଙ୍କୁ ନେଇ ତାଙ୍କ ହସଖୁସିର ସଂସାର ଚାଲିଛି। ଜଣେ କର୍ମଜୀବୀ ମହିଳା ହେବା ସତ୍ତ୍ବେ ସେ ପରିବାରକୁ ସବୁବେଳେ ପ୍ରାଧାନ୍ୟ ଦେଇଆସିଥିବାର କହିଛନ୍ତି। ତାଙ୍କ ଦୁଇ ପିଲା ବାପା ଅଜୟଙ୍କର ଖୁବ୍ ଗେହ୍ଲା ହୋଇଥିବାବେଳେ କାଜଲ୍‌ କିନ୍ତୁ ଶାସନରେ ଆଦୌ ଅବହେଳା କରନ୍ତିନାହିଁ ବୋଲି ହସିହସି କହିଥିଲେ। ତାଙ୍କ ସ୍ବାମ-ସ୍ତ୍ରୀଙ୍କ ଉତ୍ତମ ବୁଝାମଣା ଯୋଗୁଁ ପିଲାଙ୍କ ଲାଳନପାଳନରେ କୌଣସି ଅସୁବିଧା ହୋଇନାହିଁ। ସେ ଓ ଅଜୟ କେବେହେଲେ ଏକାସମୟରେ ସୁଟିଂ ରଖନ୍ତିନାହିଁ। ଯେତେବେଳେ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ ୩ ବର୍ଷ ତଳେ ସେ ବୁଲଗେରିଆ ଦେଢ଼ମାସ ପାଇଁ ଯାଇଥିଲେ, ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଅଜୟ କିନ୍ତୁ ତାଙ୍କୁ ଫୋନ୍‌‌ରେ ବୁଝାଉଥିଲେ, ନିଜ କାମକୁ ପ୍ରାଧାନ୍ୟ ଦିଅ, ପିଲାଙ୍କ ପାଖେ ମୁଁ ଅଛି। ବୈବାହିକ ଜୀବନ ବିଷୟରେ ଯେତେବେ‌େଳ କାଜଲଙ୍କୁ ପଚରାଯାଇଥିଲା, ତାଙ୍କ ଉତ୍ତର ବେଶ୍ ସ୍ବାଭାବିକ ଥିଲା। ମତାନ୍ତର ଓ ମନାନ୍ତର ପ୍ରାୟ ହୋଇଥାଏ। ଗୋଟିଏ ସମୟରେ ଅଜୟଙ୍କ ବିଶ୍ବାସଘାତକତାରେ ସେ ଭାଙ୍ଗିପଡ଼ିଥିଲେ। ପରେ ପୁଣି ଅଜୟଙ୍କ ସହଯୋଗରେ ହିଁ ପରିବାର ସଜାଡ଼ି ହୋଇଯାଇଥିଲା ବୋଲି କାଜଲ କହିଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories