www.samajalive.in
Sunday, December 14, 2025
23.1 C
Bhubaneswar

କାଜଲଙ୍କ ହେଲିକପ୍ଟର ଇଲା

ମୁମ୍ବଇ : ପ୍ରଦୀପ ସରକାର ନିର୍ଦେଶିତ ଓ ଅଜୟ ଦେବଗନ୍ ପ୍ରଯୋଜିତ ‘ହେଲିକପ୍ଟର ଇଲା’ ସେପ୍ଟେମ୍ବର ୭ରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଜୟଙ୍କ ପତ୍ନୀ କାଜଲ ଓ ଟୋଟା ରୟ ଚୌଧୁରୀ ଅଭିନୟ କରୁଛନ୍ତି। ମା-ପୁଅଙ୍କ ସମ୍ପର୍କକୁ ନେଇ ଏଇ ଚଳଚ୍ଚିତ୍ରର କାହାଣୀ ଗଢ଼ି ଉଠିଛି। ପ୍ରଚାର ଅବସରରେ କାଜଲ କହିଛନ୍ତି, କାହାଣୀ ଯେତେବେଳେ ସେ ଓ ଅଜୟ ଶୁଣିଲେ, ଅଜୟଙ୍କ ପ୍ରଥମ ନିଷ୍ପତ୍ତି ଥିଲା ଚଳଚ୍ଚିତ୍ରର ପ୍ରଯୋଜନା ସେ ହିଁ କରିବେ। ଚଳଚ୍ଚିତ୍ରର ଚରିତ୍ର ସହ ଅନେକାଂଶରେ ସେ ଦୁହେଁ ଜଡ଼ିତ। ଅଜୟ ଓ କାଜଲଙ୍କର ଦୁଇ ପିଲା ନାଇସା ଦେବଗନ୍ ଓ ୟୁଗ୍ ଦେବଗନ୍। ବଡ଼ ଝିଅ ନାଇସା ଏବେ ସିଙ୍ଗାପୁରର ଏକ ନାମୀ କଲେଜରେ ପାଠ ପଢ଼ୁଛି। ବାପା-ମା’ ଦୁଇ ପିଲାଙ୍କ ନିମନ୍ତେ ଆବଶ୍ୟକତାଠାରୁ ଅଧିକ ଯତ୍ନଶୀଳ, ତେବେ ଝିଅ ନାଇସା ପାଇଁ ଦୁହେଁ ସବୁବେଳେ ଚିନ୍ତିତ ରୁହନ୍ତି। ନାଇସା ଜଣେ ମେଧାବୀ ଛାତ୍ରୀ। ସପ୍ତମ-ଅଷ୍ଟମ ଶ୍ରେଣୀରେ ପଢ଼ିବା ସମୟରେ ବିଭିନ୍ନ ପ୍ରୋଜେକ୍ଟ ନିମନ୍ତେ ନାଇସାଙ୍କୁ ମୁମ୍ବଇ ବାହାରକୁ ଯିବା ନିମନ୍ତେ ସୁଯୋଗ ଆସୁଥିଲା। ଅଜୟ ଝିଅକୁ କେଉଁଆଡ଼େ ଛାଡ଼ନ୍ତି ନାହିଁ। କାରଣ ନାଇସାଙ୍କୁ ଛାଡ଼ି ସେ ଗୋଟିଏ ମୁହୂର୍ତ୍ତ ରହିପାରିବେନାହିଁ ବୋଲି ଯୁକ୍ତି ଥିଲା। ଝିଅ ବଡ଼ ହେବା ପରେ ଥରେ ବାପାଙ୍କୁ ପଚାରିଲା, ତୁମେ ତ’ ନିଜ କାମ ପାଇଁ ମାସମାସ ବାହାରେ ରହୁଛ, ତେବେ ଏବେଠାରୁ ମୁଁ କାହିଁକି ଆତ୍ମନିର୍ଭରଶୀଳ ନ ହେବି? ଅଜୟଙ୍କୁ ଏହି କଥାଟି ଖୁବ୍ ଆଘାତ ଦେଇଥିଲା, ହେଲେ ଅଜୟଙ୍କ ମା’ ତାଙ୍କୁ ବୁଝାଇଥିଲେ। ପିଲା ସ୍ବାଧୀନତା ଚାହୁଁଛି, ତାକୁ ଧୀରେଧୀରେ ଦିଆଯାଉ। ନଚେତ୍ ଆଗାମୀ ଦିନରେ ବାପା-ମା’ଙ୍କୁ ନିଜର ଶତ୍ରୁ ବୋଲି ମନେ କରିବ। ‘ହେଲିକପ୍ଟର-ଇଲା’ କାହାଣୀ ଏହିଭଳି ଚରିତ୍ରଙ୍କୁ ନେଇ ଆରମ୍ଭ ହୋଇଥିବାବେଳେ ଅଭିଭାବକଙ୍କୁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories